ଓଡିଶା

odisha

ETV Bharat / state

ପେଟ୍ରୋଲ ପମ୍ପରୁ ଲୁଟ ଅଭିଯୋଗ, ଜଣେ ଅଟକ - petrol pump loot

ଜିଲ୍ଲାର ଚାନ୍ଦିପୁର ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ପେଟ୍ରୋଲ ପମ୍ପରୁ ଲୁଟ ଅଭିଯୋଗ, ଜଣେ ଅଟକ
ପେଟ୍ରୋଲ ପମ୍ପରୁ ଲୁଟ ଅଭିଯୋଗ, ଜଣେ ଅଟକ

By

Published : Aug 25, 2020, 3:45 PM IST

ବାଲେଶ୍ଵର: ଜିଲ୍ଲାର ଚାନ୍ଦିପୁର ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତମାନେ ପଶି ମ୍ୟାନେଜରଙ୍କୁ ଆକ୍ରମଣ କରିବା ସହ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି।

ପେଟ୍ରୋଲ ପମ୍ପ ବନ୍ଦ ହେବା ପରେ ରାତି ପ୍ରାୟ ୨ଟା ବେଳେ ୩ ରୁ ୪ ଜଣ ଯୁବକ ଆସି ପ୍ରଥମେ ପେଟ୍ରୋଲ ପମ୍ପର ସିସି କ୍ୟାମେରାଗୁଡିକୁ ଭାଙ୍ଗିଥିଲେ। ଏହାପରେ ମ୍ୟାନେଜର ଗଜେନ୍ଦ୍ର ପାଢ଼ୀ ଶୋଇଥିବା ଘରେ ଏକ ଗାଡ଼ି ମରାମତି ଯନ୍ତ୍ରାଂଶରେ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ମ୍ୟାନେଜରଙ୍କ ପାଖରେ ଥିବା 60 ହଜାର ଟଙ୍କା ଲୁଟି ନେଇଥିଲେ।

ପେଟ୍ରୋଲ ପମ୍ପରୁ ଲୁଟ ଅଭିଯୋଗ, ଜଣେ ଅଟକ

ମ୍ୟାନେଜର ଏନେଇ ଚାନ୍ଦିପୁର ଥାନାକୁ ଜଣାଇବା ପରେ ପୋଲିସ ସେଠାରେ ପହଞ୍ଚି 3 ଜଣଙ୍କୁ କାବୁ କରିଥିଲା। ଲୁଟେରାମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଲୁଟ ପଛରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ପୋଲିସ ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details