ଓଡିଶା

odisha

ETV Bharat / state

ରିଲିଫ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ - ବିଜେପି ଚାଉଳ ବଣ୍ଟନ ହେରଫେର ଅଭିଯୋଗ

ବାଲେଶ୍ବର ସଦର ବ୍ଲକର ଉପକୂଳ ଅଞ୍ଚଳବାସୀଙ୍କ ରିଲିଫ ଚାଉଳ ପ୍ରଦାନରେ ଅନିୟମିତତା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ରିଲିଫ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ
ରିଲିଫ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ

By

Published : Jun 2, 2021, 11:54 AM IST

ବାଲେଶ୍ବର:ବାଲେଶ୍ବର ସଦର ବ୍ଲକର ଉପକୂଳ ଅଞ୍ଚଳବାସୀଙ୍କ ରିଲିଫ ଚାଉଳ ପ୍ରଦାନରେ ଅନିୟମିତତା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସିଧାସଳଖ ପ୍ରଶାସନିକ ଅବହେଳାକୁ ଆଙ୍ଗୁଠି ଉଠାଇଛି ।

ରିଲିଫ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ
ସଦର ବ୍ଲକର ଉପକୂଳବାସୀଙ୍କ ବାତ୍ୟା ୟସ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି । ବହୁଲୋକ ପାଣି ଘେରରେ ରହି ଖାଇବାକୁ ନଥିବା ବେଳେ ରାଜ୍ୟ ସରକାର ରିଲିଫ ଚାଉଳ ଯୋଗାଇ ଦେଉଛନ୍ତି । ମାତ୍ର ଏହି ଚାଉଳ ପ୍ରଦାନରେ ଅନିୟମିତତା ହେଉଥିବା ଅଭିଯୋଗ ଆସିଛି ।

ଛାନୁଆ ପଞ୍ଚାୟତରେ ଏମିତି ଅନିୟମିତତା ଘଟଣା ସାମ୍ନାକୁ ଆସିଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ୬ ଦିନିଆ ମାଗଣା ଚାଉଳ ବଣ୍ଟନ ପ୍ରକ୍ରିୟାରେ ବଡ଼ ଲୋକଙ୍କୁ ୨୦ କିଲୋ ୬୭୩ ଗ୍ରାମ ଓ ନାବାଳକଙ୍କ ପାଇଁ ୧୨ କିଲୋ ୪୦୪ ଗ୍ରାମ ଚାଉଳ ଦିଆଯିବା ନେଇ ନିର୍ଦ୍ଦେଶ ରହିଛି । ମାତ୍ର ପିଇଓ ଚଞ୍ଚକତା କରି ଲୋକଙ୍କୁ ୨୦ କିଲୋ ଜାଗାରେ ୧୨ କିଲୋ ଲେଖାଏଁ ଚାଉଳ ପ୍ରଦାନ କରୁଥିବା ଜଣାପଡିଛି । ଏହା ବିରୋଧରେ ତୁରନ୍ତ ପ୍ରଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଦର ବିଜେପି ଦାବି କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details