ଓଡିଶା

odisha

ETV Bharat / state

ଗରିବଙ୍କ ପିଡିଏସ ସାମଗ୍ରୀ ବଣ୍ଟନରେ ହେରଫେର; ତଦନ୍ତ ଦାବି କଲା ବିଜେପି

କୋଭିଡ କାଳରେ ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କୁ ଦିଆଯାଉଥିବା ପିଡିଏସ ସାମଗ୍ରୀରେ ଅନିୟମିତତା ଅଭିଯୋଗ । ଅଧିକ ପଢନ୍ତୁ...

ଗରିବଙ୍କ ପିଡିଏସ ସାମଗ୍ରୀ ବଣ୍ଟନରେ ହେରଫେର
ଗରିବଙ୍କ ପିଡିଏସ ସାମଗ୍ରୀ ବଣ୍ଟନରେ ହେରଫେର

By

Published : May 18, 2021, 1:09 PM IST

Updated : May 18, 2021, 1:33 PM IST

ବାଲେଶ୍ବର:ପିଡିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ । କୋଭିଡ କାଳରେ ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କୁ ମୁଣ୍ଡ ପିଛା ପାଞ୍ଚ କିଲୋ ପିଡିଏସ ସାମଗ୍ରୀ ଯୋଗାଣରେ ହେରଫେର ହୋଇଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି । ଏ ନେଇ ଉଚିତ ତଦନ୍ତ ଦାବି କରିଛି ବିଜେପି ।

ଗରିବଙ୍କ ପିଡିଏସ ସାମଗ୍ରୀ ବଣ୍ଟନରେ ହେରଫେର

ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କୁ ମୁଣ୍ଡ ପିଛା 5କିଲୋ ଚାଉଳ ଓ 5 କିଲୋ ଗହନ ଦିଆଯିବାକ ବ୍ୟବସ୍ଥା କରାଯାଇଛି । 5 କିଲୋରୁ 2କିଲୋ ଲେଖାଏଁ ବାଟ ମାରଣା ହେଉଛି । ଫଳରେ ପାଞ୍ଚ କିଲୋ ପରିବର୍ତ୍ତେ ଗରିବଙ୍କୁ ମିଳୁଛି 3କିଲୋ । ବାକି ଦୁଇକିଲୋ ଯାଇଛି କୁଆଡେ ଖାଉଛି କିଏ । କୋରୋନା କାଳରେ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଛି । ଏହାର ତଦନ୍ତ ଦାବି କରିଛି ଜିଲ୍ଲା ବିଜେପି ।

ପିଡିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତା ନେଇ ବାରମ୍ବାର ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା କଥା କହିଛନ୍ତି ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର । ତେବେ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ସାଧାରଣ ଲୋକଙ୍କ ଉଚିତ ପ୍ରାପ୍ୟ ଯୋଗାଇ ଦେବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 18, 2021, 1:33 PM IST

ABOUT THE AUTHOR

...view details