ବାଲେଶ୍ଵର: ମହାମାରୀ କୋରୋନା ପାଇଁ ମାସ ମାସ ଧରି ବନ୍ଦ ରହିଛି ସ୍କୁଲ । ମାତ୍ର ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ସ୍କୁଲରୁ ଚୋରି କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଳକ କାକୋବରୀ ନୋଡାଲ ହାଇସ୍କୁଲରୁ ।
ସ୍କୁଲ ଅଫିସର ଚାବି ଭାଙ୍ଗି ଦୁର୍ବୃତ୍ତମାନେ କମ୍ପ୍ୟୁଟର ଓ ଅଫିସ ସରଞ୍ଜାମ ଚୋରି କରି ନେଇଥିବା କୁହାଯାଇଛି। ତେବେ କୋରୋନା କଟକଣା ପାଇଁ ବର୍ତ୍ତମାନ ସ୍କୁଲ ବନ୍ଦ ଥିବାରୁ ଦୁର୍ବୃତ୍ତମାନେ ଏହାର ସୁଯୋଗ ନେଇ ଚୋରି କରିଛନ୍ତି।