ଓଡିଶା

odisha

By

Published : Aug 3, 2021, 2:36 PM IST

ETV Bharat / state

ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ବାଲେଶ୍ବର ଭୋଗରାଇ ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ
ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ବାଲେଶ୍ବର: ଜିଲ୍ଲା ଭୋଗରାଇ ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୁବର୍ଣ୍ଣରେଖା ନଦୀର ବନ୍ୟାଞ୍ଚଳ ତାଙ୍କୁ ଏହି ଆକ୍ରମଣ କରାଯାଇଥିବା ହୋଇଛି ଅଭିଯୋଗ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ସୁବର୍ଣ୍ଣରେଖା ନଦୀର ବନ୍ୟାଞ୍ଚଳ ପରିଦର୍ଶନ କରିବାକୁ ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ ଯାଉଥିବା ବେଳେ ବାଲି ଗାଡି ଅଟକ ରଖି ଯାଞ୍ଚ କରିଥିଲେ। ବନ୍ୟା ଅଞ୍ଚଳ ପରିଦର୍ଶନ କରି ଫେରିବା ବେଳେ କମର୍ଦ୍ଦା ଥାନା ଉଲୁଡା ନିକଟରେ 10 ରୁ15 ଜଣ ଅତିରିକ୍ତ ତହସିଲଦାରଙ୍କୁ ଅଟକ ରଖିବା ସହ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହାସହ ସୁନା ଚେନ ,ମୋବାଇଲ ଓ ଟଙ୍କା ଲୁଟି ନେଇଥିଲେ। ଗ୍ରାମବାସୀ ତହସିଲଦାରଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details