ଓଡିଶା

odisha

ETV Bharat / state

ଆସନ୍ତା ୬ ରୁ ଖୋଲିବ ବାଲେଶ୍ଵରର ସମସ୍ତ ମନ୍ଦିର - All the famous temples will be open

ଆସନ୍ତା 6 ତାରିଖଠାରୁ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରସିଦ୍ଧ ମନ୍ଦିର ଖୋଲାଯିବା ନେଇ ଜିଲ୍ଲା ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି।

ଖୋଲିବ ବାଲେଶ୍ଵରର ସମସ୍ତ ମନ୍ଦିର
ଖୋଲିବ ବାଲେଶ୍ଵରର ସମସ୍ତ ମନ୍ଦିର

By

Published : Jan 3, 2021, 5:30 PM IST

ବାଲେଶ୍ବର: ଦୀର୍ଘଦିନ ଧରି ବନ୍ଦ ଥିବା ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ଧର୍ମାନୁଷ୍ଠାନ ଖୋଲିବାକୁ ଯାଉଛି । ଆସନ୍ତା 6 ତାରିଖଠାରୁ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରସିଦ୍ଧ ମନ୍ଦିର ଖୋଲାଯିବା ନେଇ ଜିଲ୍ଲା ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କୋଭିଡ ଗାଇଡ଼ଲାଇନ ମଧ୍ୟରେ ମନ୍ଦିର ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି।

କୋରୋନା କଟକଣା ପାଇଁ ଦୀର୍ଘମାସର ବ୍ୟବଧାନ ପରେ ଏବେ ସାଧାରଣ ଲୋକଙ୍କ ପାଇଁ ମନ୍ଦିର ଖୋଲାଯିବ। ଜିଲ୍ଲାର ନୀଳଗିରି ଜଗନ୍ନାଥ ମନ୍ଦିର, ଚନ୍ଦନେଶ୍ବର ମହାଦେବ ମନ୍ଦିର, କ୍ଷୀରଚୋରା ଗୋପୀନାଥ ମନ୍ଦିର, ପଞ୍ଚଲିଙ୍ଗେଶ୍ବର ପୀଠ ଓ ଇମାମି ଜଗନ୍ନାଥ ମନ୍ଦିର ପ୍ରଥମ ପର୍ଯ୍ୟାୟରେ ଖୋଲାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଯେଉଁଥିରେ ମନ୍ଦିର ପ୍ରବେଶ ପୂର୍ବରୁ କୋଭିଡ ଗାଇଡଲାଇନ ଅନୁପାଳନ ପାଇଁ ନିର୍ଦ୍ଦେଶ ହୋଇଛି। ମନ୍ଦିର ଭିତରେ ବିବାହ, ପିଣ୍ଡଦାନ, ଶ୍ରାଦ୍ଧ, ମୁଣ୍ଡନ ଆଦି ହୋଇପାରିବ ନାହିଁ। ସକାଳ 7ଟା 30 ରୁ ସଂନ୍ଧ୍ୟା 6 ଟା ଯାଏଁ ମନ୍ଦିର ଖୋଲା ରହିବ। ଏହି ସମୟ ଭିତରେ ସାଧାରଣ ଲୋକମାନେ ଭଗବାନଙ୍କୁ ଦର୍ଶନ କରିବା ସହ ପୂଜା କରିପାରିବେ। ସେହିପରି ପର୍ଯ୍ୟାୟକ୍ରମେ ଅନ୍ୟ ଧର୍ମାନୁଷ୍ଠାନ ଖୋଲାଯିବ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details