ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ଶ୍ରମିକର ମାନ୍ୟତା ପ୍ରଦାନ କରିବା ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା, ମାସିକ ସର୍ବନିମ୍ନ 18 ହଜାର ଟଙ୍କା ବେତନ, ପେନସନ ପ୍ରଦାନ ଆଦି ବିଭିନ୍ନ ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

By

Published : Nov 4, 2019, 3:03 PM IST

ବାଲେଶ୍ଵର: ବିଭିନ୍ନ ଦାବି ନେଇ ବାଲେଶ୍ଵର ଜିଲ୍ଲାର ଅଙ୍ଗନବାଡି ଓ ସହାୟିକା କର୍ମୀଙ୍କ ବିକ୍ଷୋଭ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ 11 ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।

ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

ଶ୍ରମିକର ମାନ୍ୟତା ପ୍ରଦାନ କରିବା ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା, ମାସିକ ସର୍ବନିମ୍ନ 18 ହଜାର ଟଙ୍କା ବେତନ, ପେନସନ ଓ ଗ୍ରାଚୁଇଟି ପ୍ରଦାନ, ଶିଶୁମାନଙ୍କୁ ମିଳୁଥିବା ପୋଷାକ ବାବଦକୁ ଅର୍ଥ ମିଳିତ ଆକାଉଣ୍ଟରେ ଜମା କରିବା, କର୍ମୀ ଓ ସହାୟିକାମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା, ଯୋଗ୍ୟତା ଭିତ୍ତିରେ ପଦୋନ୍ନତି ଦେବା, ମହିଳା ଓ ଶିଶୁମାନଙ୍କୁ ଉତ୍ତମ ମାନର ଖାଦ୍ୟ ସାମଗ୍ରୀ ଯୋଗାଇଦେବା ଭଳି ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଛି।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details