ବାଲେଶ୍ଵର: ବାଲେଶ୍ଵର ସଦର ଉପନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ମାନସ ଦତ୍ତଙ୍କ ପ୍ରଚାରରେ ସାମିଲ ହୋଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଭିନ୍ନ ପଞ୍ଚାୟତ ବୁଲିବା ପରେ ଲୋକଙ୍କ ସମସ୍ୟା ଓ ବିଭିନ୍ନ ସରକାରୀ କାର୍ଯ୍ୟର ଦୁର୍ନୀତି ସମ୍ପର୍କରେ ଅପରାଜିତା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ନିର୍ବାଚନ ପ୍ରଚାର ପରେ ଶାସକ ଦଳ ଉପରେ ବର୍ଷିଲେ ଅପରାଜିତା - ruling party
ବାଲେଶ୍ଵର ସଦର ଉପନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ମାନସ ଦତ୍ତଙ୍କ ପ୍ରଚାରରେ ସାମିଲ ହୋଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢନ୍ତୁ...
![ନିର୍ବାଚନ ପ୍ରଚାର ପରେ ଶାସକ ଦଳ ଉପରେ ବର୍ଷିଲେ ଅପରାଜିତା After the election, Aparajita sadangi became angry on ruling party](https://etvbharatimages.akamaized.net/etvbharat/prod-images/768-512-9276188-936-9276188-1603378686245.jpg)
ନିର୍ବାଚନ ପ୍ରଚାର ପରେ ଶାସକ ଦଳ ଉପରେ ବର୍ଷିଲେ ଅପରାଜିତା ଷଡ଼ଙ୍ଗୀ
ନିର୍ବାଚନ ପ୍ରଚାର ପରେ ଶାସକ ଦଳ ଉପରେ ବର୍ଷିଲେ ଅପରାଜିତା ଷଡ଼ଙ୍ଗୀ
ଅନ୍ୟପଟେ ବାଲେଶ୍ୱରରେ ସିଟି ବସ ସେବା ବାଧାପ୍ରାପ୍ତ ହୋଇଛି । କୋଟି କୋଟି ଟଙ୍କାର ବସ ଗାନ୍ଧିସ୍ମୃତି ଭବନରେ ଛିଡା ହୋଇଥିବାରୁ ଲୋକଙ୍କ କାମରେ ଲାଗୁନି । ଶାସକ ବିଜେଡି ଏସବୁ ପ୍ରତି ଧ୍ୟାନ ଦେବା ବଦଳରେ ପୁଣି ଲୋକଙ୍କ ପାଖକୁ ଭୋଟ କେମିତି ମାଗିବାକୁ ଆସିଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।
ସେହିପରି ସହରର ମହାନାଳ ଓ ଡ୍ରେନ ବ୍ୟବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ତାଙ୍କ ନଜରକୁ ଆସିଥିଲା । ବର୍ଷା ଦିନରେ ଲୋକଙ୍କ ଘରକୁ ପାଣି ପଶୁଥିବା ବେଳେ ସରକାରୀ ଅଧିକାରୀଙ୍କ ଏଥିପ୍ରତି ନିଘା ନଥିବା ସେ ଅଭିଯୋଗ କରିଛନ୍ତି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ