ବାଲେଶ୍ବର: ପୁଣିଜଣେ ବିଧାୟକ କୋରୋନା ଆକ୍ରାନ୍ତ । ବାଲେଶ୍ଵର ଜିଲ୍ଲାର ଜଣେ ଜନପ୍ରତିନିଧିଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ବାଲେଶ୍ବର ନୀଳଗିରି ବିଧାୟକଙ୍କ ପରେ ଏବେ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।
ରେମୁଣା ବିଧାୟକଙ୍କ କୋରୋନା ରିପୋର୍ଟ ପଜିଟିଭ - Remuna MLA's Corona Test is now positive
ବାଲେଶ୍ବର ନୀଳଗିରି ବିଧାୟକଙ୍କ ପରେ ଏବେ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ବାଲେଶ୍ଵର କୋଭିଡ ହସ୍ପିଟାଲକୁ ନିଆଯାଇଥିବା ଜଣାପଡିଛି ।
![ରେମୁଣା ବିଧାୟକଙ୍କ କୋରୋନା ରିପୋର୍ଟ ପଜିଟିଭ balasore](https://etvbharatimages.akamaized.net/etvbharat/prod-images/768-512-8023021-306-8023021-1594727421570.jpg)
ରେମୁଣା ବିଧାୟକଙ୍କୁ କୋରୋନା
ଏକ ସଭାରେ ରେମୁଣା ବିଧାୟକ ନୀଳଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସିଥିଲେ । ନୀଳଗିରି ବିଧାୟକଙ୍କ କୋରୋନା ପଜିଟିଭ ଆସିବା ପରେ ରେମୁଣା ବିଧାୟକ ନିଜକୁ ସଂଗରୋଧରେ ରଖିଥିଲେ । ଗତ 11 ତାରିଖ ରେମୁଣା ବିଧାୟକଙ୍କ ସ୍ବାବ ନମୁନା ପରୀକ୍ଷଣ ପାଇଁ ଦିଆଯାଇଥିଲା । ଆଜି(ମଙ୍ଗଳବାର) ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ବାଲେଶ୍ଵର କୋଭିଡ ହସ୍ପିଟାଲ ନିଆଯାଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ