ଓଡିଶା

odisha

ବାଲେଶ୍ଵର ଉପ ନିର୍ବାଚନ: ସ୍ବରୂପ ଦାସଙ୍କ ନାଁ ଘୋଷଣା ପରେ ତେଜିଲା ଅସନ୍ତୋଷ

By

Published : Oct 12, 2020, 7:32 PM IST

ବାଲେଶ୍ବର ସଦର ଉପ ନିର୍ବାଚନ ପାଇଁ ବହୁ କଳ୍ପନା ଜଳ୍ପନା ପରେ ସ୍ୱରୂପ କୁମାର ଦାସଙ୍କୁ ଟିକେଟ ଦେଇଛି ବିଜେଡି । ଯାହାକୁ ସହଜରେ ହଜମ କରି ପାରୁନାହାଁନ୍ତି କର୍ମୀ । ଦଳର କର୍ମୀମାନେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ସୁବାସିନୀ ଜେନାଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଥିଲେ। ମାତ୍ର ଦଳ ସ୍ବରୂପ ଦାସଙ୍କ ନାମ ଘୋଷଣା କରିବା ପରେ ଏବେ ବିରୋଧର ସ୍ବର ଉଠିବାରେ ଲାଗିଛି।

ବାଲେଶ୍ଵର ଉପ ନିର୍ବାଚନ; ସ୍ବରୂପ ଦାସଙ୍କ ନା ଘୋଷଣା ପରେ ତେଜିଲା ଅସନ୍ତୋଷ
ବାଲେଶ୍ଵର ଉପ ନିର୍ବାଚନ; ସ୍ବରୂପ ଦାସଙ୍କ ନା ଘୋଷଣା ପରେ ତେଜିଲା ଅସନ୍ତୋଷ

ବାଲେଶ୍ବର: ବାଲେଶ୍ଵର ସଦର ଉପ ନିର୍ବାଚନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ନାମ ଘୋଷଣା କରିଛି। ସ୍ବରୂପ ଦାସଙ୍କ ନାମ ଦଳ ଘୋଷଣା କରିଥିବାବେଳେ ଏହାକୁ କର୍ମୀମାନେ ସହଜରେ ହଜମ କରି ପାରୁ ନାହାଁନ୍ତି । ଦଳର କର୍ମୀମାନେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ସୁବାସିନୀ ଜେନାଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଥିଲେ। ମାତ୍ର ଦଳ ସ୍ବରୂପ ଦାସଙ୍କ ନାମ ଘୋଷଣା କରିବା ପରେ ଏବେ ବିରୋଧର ସ୍ବର ଉଠିବାରେ ଲାଗିଛି।

ବାଲେଶ୍ଵର ଉପ ନିର୍ବାଚନ; ସ୍ବରୂପ ଦାସଙ୍କ ନା ଘୋଷଣା ପରେ ତେଜିଲା ଅସନ୍ତୋଷ

ଓଡିଶା ମୋ ପରିବାରର ବାଲେଶ୍ଵର ଜିଲ୍ଲା ସଂଯୋଜକ ସାହିରୂଲ ହକ ଦଳର ନିଷ୍ପତ୍ତିକୁ ନେଇ ପ୍ରତିକ୍ରୟାଶୀଳ ହୋଇଛନ୍ତି। ଦଳର ନିଷ୍ପତ୍ତିକୁ ବିରୋଧ କରି ସେ ସଂଯୋଜକ ପଦରୁ ଇସ୍ତଫା ଦେଇଛନ୍ତି। ଏମିତିକି ବିଜେଡି ସହିତ ଆଉ କୌଣସି କାର୍ଯ୍ୟରେ ସାମିଲ ହେବେ ନାହିଁ ବୋଲି ସିଧାସଳଖ କହିଛନ୍ତି। ତେବେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଦଳ ଉପେକ୍ଷିତ କରିଥିବା ଦଳୀୟ ମହଲରୁ ସ୍ବର ଉଠୁଥିବା ଦେଖିବାକୁ ମିଳିଛି ।

ଏଠାରେ କହି ରଖୁଛୁ ଯେ, ବିଜେଡିର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନାଙ୍କ ନାମ ବାଲେଶ୍ବର ବିଧାୟକ ପ୍ରାର୍ଥୀ ପାଇଁ ଚର୍ଚ୍ଚା ଜୋର ଧରିଥିଲା । ହେଲେ ସବୁ ପ୍ରତୀକ୍ଷା ଓ ଚର୍ଚ୍ଚାର ଅନ୍ତ ଘଟିଛି । ଶେଷରେ ଉପନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ସ୍ୱରୂପ କୁମାର ଦାସଙ୍କ ନାମ ଦଳ ଘୋଷଣା କରିଛି । ସ୍ୱରୂପ ପୂର୍ବରୁ ଜଣେ ଯୁବ ସଂଗଠକ ଓ ସମାଜସେବୀ ଭାବରେ କାର୍ଯ୍ୟ କରୁଥିଲେ । ସମାଜସେବୀ ଦିଗରେ ତାଙ୍କର ବେଶ ନାଁ ରହିଛି । ତେବେ ଗୋଟେ ପଟେ ବିଜେପିର ମାନସ ଓ ବିଜେଡିର ସ୍ୱରୂପଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details