ବାଲେଶ୍ଵର : ତୃତୀୟ ଶ୍ରୀକ୍ଷେତ୍ର ବାଲେଶ୍ଵର ଜିଲ୍ଲାର ନୀଳଗିରିରେ ରଥଯାତ୍ରାକୁ ନେଇ ଦେଖା ଦେଇଥିବା ବିବାଦକୁ ନେଇ ସେବାୟତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ନୀଳଗିରି ବିଧାୟକ ପୂର୍ବରୁ ରଥଯାତ୍ରାକୁ ନେଇ ଜିଲ୍ଲାପାଳଙ୍କୁ ପତ୍ର ଲେଖିବା ପରେ ଏବେ ଉପଜିଲ୍ଲାପାଳ ରଥଯାତ୍ରା ହେବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
ଏହାକୁ ନେଇ ସେବାୟତମାନେ ପ୍ରଶାସନକୁ ରଥଯାତ୍ରା ହେବ କି ନାହିଁ ସ୍ପଷ୍ଟୀକରଣ ମାଗିଛନ୍ତି । ଏନେଇ ସେବାୟତମାନେ ଏଡିଏମଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।