ବାଲେଶ୍ବର:ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ଖିଅ ବାହାରିବାରେ ଲାଗିଛି । ଏହାରି ଭିତରେ ବୁଧବାର ବାଲେଶ୍ୱରର ଯୁବକ ବିସ୍ମିତ ଦାସ ଘଟଣା ପଛରେ ଜଣେ ଯୁବତୀଙ୍କ ହାତ ଥିବା କହିଥିଲେ । ଆଉ ଆଜି କ୍ୟାମେରା ସାମ୍ନାକୁ ଆସିଛନ୍ତି ଉକ୍ତ ରହସ୍ୟମୟୀ ଯୁବତୀ । ଯାହାଙ୍କ ନାମ ହେଉଛି ଚିନ୍ମୟୀ ମହାପାତ୍ର । ବାଲେଶ୍ବର ଖଇରା ଅଞ୍ଚଳରେ ତାଙ୍କ ଘର ହୋଇଥିବା ଜଣାପଡିଛି ।
ତେବେ ଆଦିତ୍ୟଙ୍କ ସହ ଫେସବୁକରୁ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିବା କଥା ସେ କ୍ୟାମେରା ସାମ୍ନାରେ ପ୍ରକାଶ କରିଛନ୍ତି । ଦୁହିଁଙ୍କ ମଧ୍ୟରେ ଲଙ୍ଗ ଡିଷ୍ଟାନ୍ସ ରିଲେସନସିପ ଥିବା ସେ କହିଛନ୍ତି । ତେବେ ଏକତରଫା ନୁହେଁ ଆଦିତ୍ୟ ମଧ୍ୟ ତାଙ୍କୁ ଭଲ ପାଉଥିବା କଥା ସେ କହିଛନ୍ତି । ସେ ଭୁବନେଶ୍ବରରେ ଥିବା ତାଙ୍କ ବନ୍ଧୁଙ୍କ ଘରୁକୁ ଗଲେ ଆଦିତ୍ୟଙ୍କ ସହ ତାଙ୍କର ସାକ୍ଷାତ ହୁଏ ବୋଲି ଚିନ୍ମୟୀ କହିଛନ୍ତି । ତେବେ ବିବାହ ପରଠାରୁ ଦୁହିଁଙ୍କ ମଧ୍ୟରେ ଆଉ କୌଣସି ସମ୍ପର୍କ ନଥିବା ସେ ଦାବି କରିଛନ୍ତି ।