ଓଡିଶା

odisha

ETV Bharat / state

ଭସାଣିରେ ବିଶୃଙ୍ଖଳା ସୃଷ୍ଟି କରିଥିବା କମିଟି ଉପରେ ହେବ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ - ବାଲେଶ୍ୱର ଦୁର୍ଗାପୂଜା ଭଷାଣୀ

ଆକ୍ସନ ମୋଡରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ । ଦୁର୍ଗା ମାଆଙ୍କ ଭସାଣି ସମୟରେ ହୋଇଥିବା ପଥର ମାଡ଼ ଏବଂ ପ୍ରଶାସନ ନିୟମ ଉଲଂଘନ କରିଥିବା ପୂଜା କମିଟି ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ଭସାଣିରେ ବିଶୃଙ୍ଖଳା ସୃଷ୍ଟି କରିଥିବା କମିଟି ଉପରେ ହେବ କାର୍ଯ୍ୟାନୁଷ୍ଠାନ:ଜିଲ୍ଲାପାଳ
ଭସାଣିରେ ବିଶୃଙ୍ଖଳା ସୃଷ୍ଟି କରିଥିବା କମିଟି ଉପରେ ହେବ କାର୍ଯ୍ୟାନୁଷ୍ଠାନ:ଜିଲ୍ଲାପାଳ

By ETV Bharat Odisha Team

Published : Oct 27, 2023, 11:51 AM IST

ଭସାଣିରେ ବିଶୃଙ୍ଖଳା ସୃଷ୍ଟି କରିଥିବା କମିଟି ଉପରେ ହେବ କାର୍ଯ୍ୟାନୁଷ୍ଠାନ:ଜିଲ୍ଲାପାଳ

ବାଲେଶ୍ୱର: ଆକ୍ସନ୍‌ ମୋଡକୁ ଆସିଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ । ସହରରେ ଦୁର୍ଗା ମାଆଙ୍କ ଭସାଣି ସମୟରେ ହୋଇଥିବା ପଥର ମାଡ଼ ଏବଂ ପ୍ରଶାସନ ନିୟମ ଉଲଂଘନ କରିଥିବା ପୂଜା କମିଟି ଏବଂ ପଥର ମାଡ଼ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏହି ଘଟଣାରେ ୨ଜଣ ପୋଲିସ କର୍ମଚାରୀ ଏବଂ ୪ଜଣ ସାଧାରଣ ଲୋକ ଆହତ ହୋଇଥିଲେ ।

ସୂଚନା ଅନୁସାରେ, 25 ତାରିଖରେ ରାତି 10ଟା ସୁଦ୍ଧା ଭସାଣୀ ଉତ୍ସବ ସାରିବା ପାଇଁ ଶାନ୍ତି କମିଟିରେ ନିଷ୍ପତ୍ତି ହୋଇଥିଲା । ଏମିତି କି ଡିଜେ ସାଉଣ୍ଡ୍‌ ମଧ୍ୟ ନିଷେଧ ପାଇଁ ନିର୍ଦ୍ଦେଶ ହୋଇଥିଲା । କେବଳ ସାଉଣ୍ଡ୍‌ ବକ୍ସରେ ଶୋଭାଯାତ୍ରାରେ ଯିବାପାଇଁ ଅନୁମତି ଦିଆଯାଇଥିଲା । ମାତ୍ର ଅନେକ ପୂଜା କମିଟି ଡିଜେ ସାଉଣ୍ଡ୍‌ ଅତ୍ୟଧିକ ସାଉଣ୍ଡ୍‌ରେ ବଜାଇ ଶୋଭାଯାତ୍ରାରେ ଯିବାକୁ ପ୍ରଶାସନ ବାରଣ କରିବା ସହ 12ଟି ଡିଜେ ସିଜ୍‌ କରିଛି । ସିନେମା ଛକରେ ଉଚ୍ଚ ଆବାଜ୍‌ରେ ଡିଜେ ବାଜିବା ଯୋଗୁଁ ନିକଟରେ ମେଡିକାଲ ଥିବା ଯୋଗୁଁ ରୋଗୀଙ୍କ ଉପରେ ଏହା ପ୍ରଭାବ ପକାଇଥିଲା ।

ଯାହାକୁ ନେଇ ପ୍ରଶାସନ ଡିଜେ ବଜାଇବା ଉପରେ ଅଙ୍କୁଶ ଲଗାଇଥିଲା । ରାତି 10ଟାରେ ସାଉଣ୍ଡ୍‌ ବନ୍ଦ କରିବାକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବାବେଳେ ଏହାକୁ ଜିଲ୍ଲାପାଳ ଆଉ ଦୁଇଘଣ୍ଟା ବଢ଼ାଇ ରାତି 12ଟା ଯାଏଁ ବଜାଇବାକୁ ଅନୁମତି ପ୍ରଦାନ କରିଥିଲେ । ମାତ୍ର 40ଟି ମେଢ଼ ଉଚିତ୍ ନିୟମ ଅନୁସାରେ ଭସାଣି ସମାପନ କରିଥିବା ବେଳେ 3ଟି ମେଢ଼ ନିୟମ ବେଖାତିର କରିବା ସହ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ଭସାଣିରେ ଟେକା ପଥର ମାଡ଼, ମୃଦୁ ଲାଠି ଚାଳନା କଲା ପୋଲିସ

ଯାହାଦ୍ୱାରା ୨ଜଣ ପୋଲିସ କର୍ମଚାରୀ ଏବଂ ୪ଜଣ ସାଧାରଣ ଲୋକ ଆହତ ହୋଇଥିଲେ । ଏହାକୁ ନେଇ ଏବେ ଜିଲ୍ଲା ପ୍ରଶାସନ ଏବେ କଠୋର ହୋଇଛି । ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ବ୍ୟକ୍ତି କିମ୍ବା ପୂଜା କମିଟିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଜିଲ୍ଲା ପ୍ରଶାସନ । ଏନେଇ ଜିଲ୍ଲାପାଳ ଏବଂ ଏସ୍‌ପି କାର୍ଯ୍ୟାନୁଷ୍ଠାନ ପାଇଁ ସଜାଗ ହୋଇଛନ୍ତି । ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କହିଛନ୍ତି,"ଯେଉଁମାନେ ଏଭଲି କାର୍ଯ୍ୟ କରିଛନ୍ତି ସେମାନଙ୍କ ଭିଡିଓ ଆମ ପାଖରେ ଅଛି । ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଆଇନ୍ ଆନୁଯାୟୀ ଦଣ୍ଡିତ କରାଯିିବ ।"

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details