ଓଡିଶା

odisha

ETV Bharat / state

ବିଲ ପୈଠ କରିନଥିବା ଗ୍ରାହକଙ୍କ ବିଦ୍ୟୁତ କାଟ ଆରମ୍ଭ

ବକେୟା ବିଦ୍ୟୁତ ବିଲ ପୈଠ କରିନଥିବା ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଆରମ୍ଭ କରିଛି ନେସ୍କୋ । ଯେଉଁମାନେ ବକେୟା ବିଲର 50 ପ୍ରତିଶତ ଦେଉଛନ୍ତି ସେମାନଙ୍କୁ ସମୟ ଦିଆଯାଇ ଲାଇନ କଟାଯାଉ ନାହିଁ । ଅଧିକ ପଢନ୍ତୁ...

By

Published : Feb 17, 2020, 9:17 PM IST

action
ବିଲ ପୈଠ କରିନଥିବା ଗ୍ରାହକମାନଙ୍କ ବିଦ୍ୟୁତ ସଂଯୋଗ କାଟ ଆରମ୍ଭ

ବାଲେଶ୍ବର: ବକେୟା ବିଦ୍ୟୁତ ବିଲ ପୈଠ କରିନଥିବା ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଆରମ୍ଭ କରିଛି ନେସ୍କୋ । 16 ତାରିଖରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସଂଯୋଗ କାଟିବା ପାଇଁ ନେସ୍କୋ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ।

ବିଲ ପୈଠ କରିନଥିବା ଗ୍ରାହକମାନଙ୍କ ବିଦ୍ୟୁତ ସଂଯୋଗ କାଟ ଆରମ୍ଭ

ବକେୟା ଥିବା ଗ୍ରାହକମାନଙ୍କ ତାଲିକା ଧରି ନେସ୍କୋ କର୍ମଚାରୀମାନେ ବିଦ୍ୟୁତ ସଂଯୋଗ କାଟୁଥିବା ଦେଖିବାକୁ ମିଳିଛି । 6ଟି ବକେୟା ବିଦ୍ୟୁତ ବିଲ ଆଦାୟ ସ୍କ୍ବାର୍ଡ ବିଭିନ୍ନ ସ୍ଥାନରେ ସଂଯୋଗ ବିଚ୍ଛିନ୍ନ କରୁଛନ୍ତି । ବିଦ୍ୟୁତ ସଂଯୋଗ କାଟିବା ସମୟରେ ଯେଉଁମାନେ ବକେୟା ବିଲ୍ ର 50 ପ୍ରତିଶତ ଦେଉଛନ୍ତି ସେମାନଙ୍କୁ ସମୟ ଦିଆଯାଇ ଲାଇନ କଟାଯାଉ ନାହିଁ । ବକେୟା ବିଲ 5 ହଜାରରୁ ଅଧିକ ଥିବା ଗ୍ରାହକମାନଙ୍କର ଲାଇନ କାଟୁଥିବା ଜଣାପଡିଛି । ଏହି ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ମାସ ଯାଏଁ ଚାଲୁ ରହିବ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ଘରୋଇ ଓ ପରେ ବ୍ୟବସାୟ ପ୍ରତିଷ୍ଠାନ ଓ କମ୍ପାନୀମାନଙ୍କ ଲାଇନ କଟାଯିବ ବୋଲି କୁହାଯାଇଛି ।

ସୂଚନାମୁତାବକ, ନେସ୍କୋର ସମୁଦାୟ 18 ଲକ୍ଷ 72 ହଜାର ଗ୍ରାହକ ରହିଥିବା ବେଳେ 10 ଲକ୍ଷ 81 ହଜାର ଗ୍ରାହକଙ୍କ ଉପରେ 15 ଶହ କୋଟିରୁ ଅଧିକ ବକେୟା ବିଲ ବାକି ରହିଛି । ଯେଉଁଥିରେ 10 ଲକ୍ଷ ଘରୋଇ ଗ୍ରାହକଙ୍କ ଉପରେ 954 କୋଟି, 39 ହଜାର ବ୍ୟବସାୟିକ ଅନୁଷ୍ଠାନ ଉପରେ 95 କୋଟି, 1962 ଶିଳ୍ପାନୁଷ୍ଠାନ ଉପରେ 305 କୋଟି, 17 ହଜାର 272 ସରକାରୀ ଅନୁଷ୍ଠାନ ଉପରେ 100 କୋଟି ଓ ଅନ୍ୟାନ୍ୟ ଗ୍ରାହକଙ୍କ ଉପରେ 46 କୋଟି ଟଙ୍କା ବିଦ୍ୟୁତ ବିଲ ବାକି ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟାତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details