ଓଡିଶା

odisha

ETV Bharat / state

ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସଫଳତା, କ୍ୱିଜ୍‌ରେ ଜିଣିଲେ ପୁରସ୍କାର - ବାଲେଶ୍ବର ଖବର

ଅଦମ୍ୟ ଚେଷ୍ଟା, ଦୃଢ ମନୋବଳ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ବାଲେଶ୍ବର ଜିଲ୍ଲାର ଦୃଷ୍ଟିହୀନ ଛାତ୍ରଛାତ୍ରୀ କୁଇଜ ପ୍ରତିଯୋଗିତାରେ କୃତ୍ବିତ୍ବ ହାସଲ କରିଛନ୍ତି । ଅଧିକ ପଢନ୍ତୁ

ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସଫଳତା, କୁଇଜରେ ଆଣିଲେ ପୁରସ୍କାର
ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସଫଳତା, କୁଇଜରେ ଆଣିଲେ ପୁରସ୍କାର

By

Published : Oct 25, 2022, 9:54 PM IST

ବାଲେଶ୍ବର: ଅଦମ୍ୟ ଚେଷ୍ଟା, ଦୃଢ ମନୋବଳ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଦୁର୍ବଳତାକୁ ହରାଇ ନିଜ ବୁଦ୍ଧିର ପରିଚୟ ଦେଇଛନ୍ତି ଦୃଷ୍ଟିହୀନ ଛାତ୍ରଛାତ୍ରୀ । ଭଲ ଭାବରେ ଦେଖାଯାଉନଥିଲେ ମଧ୍ୟ ସେମାନେ କାହାଠାରୁ କମ୍ ନୁହଁନ୍ତି ବୋଲି ପ୍ରମାଣ କରିଛନ୍ତି । ବାଲେଶ୍ବରର କୁଇଜ ପ୍ରତିଯୋଗିତାରେ ଦୃଷ୍ଟିହୀନ ଛାତ୍ରଛାତ୍ରୀ କୃତ୍ବିତ୍ବ ହାସଲ କରି ବେଶ ପ୍ରଶଂସା ସାଉଁଠିଛନ୍ତି ।

ବାଲେଶ୍ବର ସହରର ରାଣିପାଟଣା ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ର କୁଇଜ ପ୍ରତିଯୋଗିତାରେ କୃତ୍ବିତ୍ବ ହାସଲ କରିଛନ୍ତି । ବାଲେଶ୍ବର ସହରର ଉତ୍କଳବାଣୀ, କାଳିଦାସପୁର, ବାଲେଶ୍ବର ପକ୍ଷରୁ ଓଡିଶାର ବିଭିନ୍ନ ପ୍ରାନ୍ତର କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କୁଇଜ ପ୍ରତିଯୋଗିତା ବିଦ୍ୟାଳୟ ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତିନି ରାଉଣ୍ଡ ବିଶିଷ୍ଟ ରହିଥିଲା ଏହି କୁଇଜ ପ୍ରତିଯୋଗିତା । ଯେଉଁଥିରେ ପ୍ରତ୍ୟେକ ବିଦ୍ୟାଳୟରୁ ଦୁଇ ଜଣ ଅଂଶଗ୍ରହଣ କରିଥିଲେ ।

ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟରୁ ଦଶମ ଶ୍ରେଣୀର ଛାତ୍ର ଦେବଦତ୍ତ ବେହେରା ଓ ଅଷ୍ଟମ ଶ୍ରେଣୀର ଛାତ୍ରୀ ସ୍ମୃତିରେଖା ପ୍ରଧାନ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ଓ ଦ୍ବିତୀୟ ରାଉଣ୍ଡରେ ଏହି ଦୁଇଜଣଙ୍କ ପ୍ରଦର୍ଶନ ଉଚ୍ଚକୋଟିର ଥିବାବେଳେ ତୃତୀୟ ତଥା ଫାଇନାଲ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଅଳ୍ପ ମାର୍କ ବ୍ୟବଧାନରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଦୁଇ ଜଣଙ୍କୁ ଯୁଗ୍ମ ଭାବରେ ଉତ୍କଳବାଣୀ ତରଫରୁ ଅର୍ଥ ରାଶି ବାବଦରେ ତିନି ହଜାର ଟଙ୍କା, କଲମ ଡ଼ାଏରୀ ଦେଇ ପୁରସ୍କୃତ କରାଯାଇଥିଲା । ଏହା ସହିତ ସେମାନଙ୍କ ପ୍ରଦର୍ଶନକୁ ସମସ୍ତେ ବେଶ୍ ପ୍ରଶଂସା କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details