ବାଲେଶ୍ବର:ଜିଲ୍ଲା ସୋର ଅଞ୍ଚଳର ସାମ୍ବାଦିକ ସଞ୍ଜୟ ମହାଳିକଙ୍କୁ ବାହାନଗା ବିଡ଼ିଓ ଓ କିଛି ଠିକାଦାର ମାଡ଼ ମାରିବା ଘଟଣା । ନ୍ୟାୟ ଦାବି କରି ସାମ୍ବାଦିକମାନେ ଦୀର୍ଘଦିନ ହେବ ନୀଳଗିରି ଥାନା ଆଗରେ ଧାରଣା ଦେଇଛନ୍ତି। ଏପଟେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଚ୍ଛା ସଂଗଠନ ପକ୍ଷରୁ ସାମ୍ବାଦିକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆମରଣ ଅନଶନ କରାଯାଇଛି ।
ସାମ୍ବାଦିକଙ୍କୁ ନ୍ୟାୟ ଦାବିରେ ଆଚ୍ଛା ସଂଗଠନର ଆମରଣ ଅନଶନ - ଆମରଣ ଅନଶନ
ସାମ୍ବାଦିକଙ୍କୁ ନ୍ୟାୟ ଦାବିରେ ଆଚ୍ଛା ସଂଗଠନର ଆମରଣ ଅନଶନ । ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଛି ବିକ୍ଷୋଭ । ଅଧିକ ପଢନ୍ତୁ...
ସାମ୍ବାଦିକଙ୍କୁ ନ୍ୟାୟ ଦାବିରେ ଆଚ୍ଛା ସଂଗଠନର ଆମରଣ ଅନଶନ
25ତାରିଖରେ ନୀଳଗିରି ବିଶେଶ୍ବର ଠାରେ ବିଡ଼ିଓ ସରକାରୀ ଗାଡ଼ିରେ ଯାଇ ଅନ୍ୟ କର୍ମଚାରୀ ଓ ଠିକାଦାରଙ୍କ ସହ ମିଶି ବଣଭୋଜି କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ସାମ୍ବାଦିକ ସଞ୍ଜୟ ମହାଳିକ ଭିଡିଓ ଉତ୍ତୋଳନ କରିଥିଲେ। ଏହାକୁ ନେଇ ବିଡ଼ିଓଙ୍କ ସହଯୋଗୀମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସାମ୍ବାଦିକମାନେ ନୀଳଗିରି ଥାନାରେ ଏତଲା ଦେବାସହ ଧାରଣା ଦେଇଛନ୍ତି। ତୁରନ୍ତ ସମ୍ପୃକ୍ତ ବିଡ଼ିଓଙ୍କୁ ନିଲମ୍ବନ କରାଯିବା ସହ ତାଙ୍କ ସହ ଅନ୍ୟ ସହଯୋଗୀମାନଙ୍କୁ ଗିରଫ ପାଇଁ ଦାବି ହୋଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ