ଓଡିଶା

odisha

ETV Bharat / state

ଭରଣପୋଷଣ ଦାବିରେ କୋର୍ଟ ପରିସରରେ କୁନିପିଲାଙ୍କୁ ଧରି ମହିଳାଙ୍କ ଧାରଣା - କଚେରୀ ପରିସରରେ ମହିଳାଙ୍କ ଧାରଣା

ସ୍ବାମୀଙ୍କ ବେପରୁଆ କାର୍ଯ୍ୟକୁ ବିରୋଧ କରି କଚେରୀ ପରିସରରେ ନିଜ ପିଲାଙ୍କୁ ଧରି ଧାରଣା ଦେଲେ ମହିଳା । ପରକୀୟା ପ୍ରୀତିର ଆଣିଲେ ଅଭିଯୋଗ । ଅନ୍ୟପଟେ ସ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ବାମୀ । ଅଧିକ ପଢନ୍ତୁ...

A women protest against  her husband
ଭରଣପୋଷଣ ଦାବିରେ କଚେରୀ ପରିସରରେ ନିଜ ପିଲାଙ୍କ ସହ ମହିଳାଙ୍କ ଧାରଣା

By

Published : Jul 24, 2020, 3:18 PM IST

ବାଲେଶ୍ବର: ସ୍ବାମୀଙ୍କୁ ବିରୋଧ କରି କଚେରୀ ପରିସରରେ ନିଜ ପିଲାଙ୍କୁ ଧରି ଧାରଣା ଦେଲେ ମହିଳା । ବାଲେଶ୍ବର ଜିଲ୍ଲା କଚେରୀ ପରିସରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଉକ୍ତ ମହିଳାଙ୍କ ସ୍ବାମୀ ବ୍ୟାଙ୍କ କର୍ମଚାରୀ ଥିବାବେଳେ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ତାଙ୍କ କଥା ଏବଂ ପିଲାମାନଙ୍କ କଥା ବୁଝୁନଥିବା ଅଭିଯୋଗ କରିଛନ୍ତି । ପରକୀୟା ପ୍ରୀତି ଥିବାରୁ ସେ ସ୍ତ୍ରୀ ଓ ପିଲାଙ୍କୁ ପର କରି ଦେଇଛନ୍ତି ବୋଲି ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି । ପିଲାମାନଙ୍କ ପାଠପଢା ଓ ଭରଣପୋଷଣ ପାଇଁ ସ୍ୱାମୀ କୌଣସି କଥା ଶୁଣୁନାହାନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି ।

ଭରଣପୋଷଣ ଦାବିରେ କଚେରୀ ପରିସରରେ ନିଜ ପିଲାଙ୍କ ସହ ମହିଳାଙ୍କ ଧାରଣା

ଅନ୍ୟପଟେ ମହିଳାଙ୍କ ସ୍ୱାମୀଙ୍କ ସହ ଆମ ପ୍ରତିନିଧି ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ତାଙ୍କ ସ୍ତ୍ରୀ ଆଣୁଥିବା ସମସ୍ତ ଅଭିଯୋଗକୁ ସେ ଭିିତ୍ତିହୀନ ବୋଲି କହିଛନ୍ତି । ମହିଳା ଜଣଙ୍କ ପ୍ରତି ମାସରେ 10 ହଜାର ଟଙ୍କା ଦାବି କରୁଥିବା ବେଳେ ସେ ବ୍ଲାକମେଲ କରିବାକୁ ଚାହୁଁଛନ୍ତି ବୋଲି ସ୍ୱାମୀ ଜଣକ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details