ଓଡିଶା

odisha

By

Published : Aug 27, 2019, 11:06 PM IST

ETV Bharat / state

ଟ୍ରେନ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ବାଲେଶ୍ବର ରେଳ ଷ୍ଟେସନରେ ମହିଳାଙ୍କ ଆତ୍ମହତ୍ୟା । ମହିଳାଙ୍କ ପରିଚୟ ମିଳି ନଥିବାବେଳେ ମୃତଦେହକୁ ଉଦ୍ଧାର କରିଛି ଜିଆରପି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ବର: ମାଲବାହୀ ଟ୍ରେନ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା । ବାଲେଶ୍ବର ଷ୍ଟେସନରେ ଏହି ଘଟଣା ଘଟିଥିବାବେଳେ ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

ସୂଚନାଯୋଗ୍ୟ, ଜଣେ ମହିଳା ଷ୍ଟେସନ ବେଞ୍ଚରେ କିଛି ସମୟ ବସିବା ପରେ ଏକ ମାଲବାହୀ ଟ୍ରେନ ଆସିଥିଲା । ଯାହାକୁ ଦେଖି ମହିଳା ଜଣକ ଟ୍ରେନ ଆଗକୁ ଡେଇଁ ପଡି ଆତ୍ମହତ୍ୟା କରିଥିଲେ ବୋଲି ଷ୍ଟେସନରେ ଥିବା ବୁଲା ବିକାଳିମାନେ ପ୍ରକାଶ କରିଛନ୍ତି । ମୃତ ମହିଳାଙ୍କ ଶରୀରର ଗୋଡ, ହାତ ଖଣ୍ଡ ଖଣ୍ଡ ହୋଇଯାଇଛି ।

ତେବେ ମହିଳା ଜଣଙ୍କର ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ଘଟଣାସ୍ଥଳରେ ଜିଆରପି ପୋଲିସର ଏକ ଟିମ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details