ଓଡିଶା

odisha

ETV Bharat / state

ନୀଳଗିରି ବନ ବିଭାଗର ଚଢ଼ାଉ, ୧୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ - ୧୦ ଲକ୍ଷ ଟଙ୍କାର କେନ୍ଦୁପତ୍ର ଜବତ

ନୀଳଗିରି ବନ ବିଭାଗ ଦ୍ବାରା ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ କେନ୍ଦୁପତ୍ର ଜବତ କରାଯାଇଛି । ଏଥିରେ ଦୁଇ ଜଣଙ୍କୁ ଅଟକ ରଖିଛି ବନ ବିଭାଗ । ଜବତ ହୋଇଥିବା କେନ୍ଦୁପତ୍ରର ଆନୁମାନିକ ମୂଲ୍ୟ 10 ଲକ୍ଷରୁ ଊର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ନୀଳଗିରି ବନ ବିଭାଗର ଚଢ଼ାଉ, ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ
ନୀଳଗିରି ବନ ବିଭାଗର ଚଢ଼ାଉ, ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ

By

Published : Jul 12, 2021, 10:29 PM IST

ବାଲେଶ୍ବର: ନୀଳଗିରି ବନ ବିଭାଗ ଦ୍ବାରା ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ କେନ୍ଦୁପତ୍ର ଜବତ କରାଯାଇଛି । ଏହି କେନ୍ଦୁପତ୍ର ସବୁ ଟ୍ରକରେ ବୋଝେଇ ଚାଲାଣ ହେଉଥିଲା ।

ନୀଳଗିରି ବନ ବିଭାଗର ଚଢ଼ାଉ, ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ

ସୂଚନା ଅନୁସାରେ, ୧୬ ନଂ ଜାତୀୟ ରାଜପଥ ବାମପଦା ଠାରେ ଏକ ବେଆଇନ କେନ୍ଦୁପତ୍ର ବୋଝେଇ ୧୨ ଚକିଆ ଟ୍ରକ ସମ୍ବଲପୁରରୁ ପଶ୍ଚିମବଙ୍ଗ ଆଡକୁ ଯାଉଥିବାବେଳେ ବନବିଭାଗ ଚଢ଼ାଉ କରିଥିଲା । ଏଥିରେ ଦୁଇ ଜଣଙ୍କୁ ଅଟକ ରଖିଛି ବନ ବିଭାଗ । ଜବତ ହୋଇଥିବା କେନ୍ଦୁପତ୍ରର ଆନୁମାନିକ ମୂଲ୍ୟ 10 ଲକ୍ଷରୁ ଊର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details