ଓଡିଶା

odisha

ETV Bharat / state

ବାପା ଆଣିଲେନି ବିରିୟାନି: 13 ବର୍ଷୀୟ ପୁଅର ଫାଶୀ ଲଗାଇ ଆତ୍ମହତ୍ୟା

ବାପାଙ୍କୁ ବିରିୟାନି ଖାଇବା ପାଇଁ ସେ କହିଥିଲା ସତ୍ୟବ୍ରତ । ବାପା ବିରିୟାନି ଆଣିବା ପାଇଁ ଭୁଲି ଯାଇଥିଲେ । ବାସ ଏତିକି କଥାରେ ନାବାଳକ ଜଣଙ୍କ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛି । ଅଧିକ ପଢ଼ନ୍ତୁ

By

Published : Feb 24, 2022, 10:44 PM IST

ଗୋବିନ୍ଦପୁର ଗ୍ରାମରେ ଦୁଖଦ ଘଟଣା, ବିରିୟାନି ପାଇଁ ଜୀବନ ହାରିଲେ ଛାତ୍ର
ଗୋବିନ୍ଦପୁର ଗ୍ରାମରେ ଦୁଖଦ ଘଟଣା, ବିରିୟାନି ପାଇଁ ଜୀବନ ହାରିଲେ ଛାତ୍ର

ବାଲେଶ୍ବର:ବାପାଙ୍କୁ ବିରିୟାନି ଖାଇବା ପାଇଁ କହିଥିଲା ସତ୍ୟବ୍ରତ । ବାପା ବିରିୟାନି ଆଣିବା ପାଇଁ ଭୁଲି ଯାଇଥିଲେ । ବାସ ଏତିକି କଥାରେ ନାବାଳକ ଜଣଙ୍କ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ଗୋବିନ୍ଦପୁର ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି ।

ମନୋରଞ୍ଜନ ମହାର୍ଣ୍ଣାଙ୍କ ୧୩ ବର୍ଷର ପୁଅ ସତ୍ୟବ୍ରତ ମହାର୍ଣ୍ଣା । ବିରିୟାନି ଖାଇବ ବୋଲି ବାପାଙ୍କ ଆଗରେ ଦୁଇଦିନ ହେବ ଅଳି କରିଥିଲେ । ମନୋରଞ୍ଜନ ଏକ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବରେ କାର୍ଯ୍ୟ କରନ୍ତି । ସେ ୱାର୍ଡ ସଭ୍ୟପ୍ରାର୍ଥୀ ହୋଇଥିବା ବେଳେ ନିର୍ବାଚନ ବ୍ୟସ୍ତତା ଯୋଗୁଁ ପୁଅ ପାଇଁ ବିରିୟାନି ଆଣିବାକୁ ଭୁଲି ଯାଇଥିଲେ । ଏତିକି କଥାରେ ଋଷି ପୁଅ ଏକ ଗାମୁଛାରେ ଫାଶୀ ଲଗାଇ ଦେଇଥିଲା । ପରିବାର ଲୋକେ ତାକୁ ଉଦ୍ଧାର କରି ଖନ୍ତାପଡ଼ା ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଗୋବିନ୍ଦପୁର ଗ୍ରାମରେ ଦୁଖଦ ଘଟଣା, ବିରିୟାନି ପାଇଁ ଜୀବନ ହାରିଲେ ଛାତ୍ର

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details