ଓଡିଶା

odisha

ETV Bharat / state

ଅତୀତର ସ୍ମୃତି ସତେଜ କରୁଛି ଦାସ ଷ୍ଟୁଡିଓ, ଯେଉଁଠି ଫଟୋ ଉଠାଇଥିଲେ ଅନେକ ପୁରୁଖା ନେତା - ପୁରୁଖା ନେତା

1917 ମସିହା ଠାରୁ ଏବେ ଯାଏଁ ସମସ୍ତ ଦୃଶ୍ୟ କଏଦ କରିଛି ଦାସ ଷ୍ଟୁଡିଓ । ଏହାସହ ବିଜୁ ପଟ୍ଟନାୟକ, ଇନ୍ଦିରା ଗାନ୍ଧୀ, ଜବାହାରଲାଲ ନେହେରୁ ଭଳି ମହାପୁରୁଷଙ୍କ ଫଟୋ ଉଠାଇଛି ଏହି ଷ୍ଟୁଡିଓ । ଜିଲ୍ଲାରେ ସେ ସମୟର ଅନେକ ରାଜନୈତିକ, ସାଂସ୍କୃତିକ ଓ ସାମାଜିକ ଘଟଣାର ମୁକସାକ୍ଷୀ ହେଉଛି ଏହି 100 ବର୍ଷ ଷ୍ଟୁଡିଓ । ଥରେ ଅତୀତର ସେହି ପୁରୁଣା ସ୍ମୃତି ତାଜା କରିବାକୁ ହେଲେ ଦାସ ଷ୍ଟୁଡ଼ିଓ ବୁଲି ଆସନ୍ତୁ...

ଅତୀତର ସ୍ମୃତି ସତେଜ କରୁଛି ଦାସ ଷ୍ଟୁଡି, ଯେଉଁଠି ଫଟୋ ଉଠାଇଥିଲେ ଅନେକ ପୁରୁଖା ନେତା
ଅତୀତର ସ୍ମୃତି ସତେଜ କରୁଛି ଦାସ ଷ୍ଟୁଡି, ଯେଉଁଠି ଫଟୋ ଉଠାଇଥିଲେ ଅନେକ ପୁରୁଖା ନେତା

By

Published : Feb 12, 2021, 6:45 PM IST

Updated : Feb 12, 2021, 7:15 PM IST

ବାଲେଶ୍ବର: ଅତୀତର ସ୍ମୃତି ସବୁ ସାଇତା ହୋଇ ଯେବେ ଭବିଷ୍ୟତରେ ଦେଖିବାକୁ ମିଳେ ସତରେ ଭାରି ଖୁସି ଅନୁଭବ ହୁଏ। ଆଉ ଏହି ସବୁ ସ୍ମୃତି ସାଇତି ରଖିବାରେ ବିଶେଷ ଭାବେ ଜଣେ ଫଟୋଗ୍ରାଫରର ଭୂମିକା ଥାଏ ଅତ୍ୟନ୍ତ ଗୁରୁତ୍ତ୍ବପୂର୍ଣ୍ଣ। ଛବିରେ ସେ ଅତୀତର ସମସ୍ତ ଘଟଣା ଦୁର୍ଘଟଣା ସାଇତି ରଖିଥାନ୍ତି । ସେମିତି ବାଲେଶ୍ଵରର ବହୁ ପୁରାତନ ସ୍ମୃତି ସବୁ ସାଇତା ହୋଇ ରହିଛି ଦାସ ଷ୍ଟୁଡ଼ିଓରେ। ଯେଉଁଠି 1917 ମସିହା ଠାରୁ ଏବେ ଯାଏଁ ସମସ୍ତ ଦୃଶ୍ୟ କଏଦ ହୋଇ ରହିଛି। 1917 ମସିହାରେ ଦେବବ୍ରତ ଦାସ ବାଲେଶ୍ଵର ସହରର ମଣ୍ଡଳ ବଜାରରେ ଆରମ୍ଭ କରିଥିଲେ ଦାସ ଷ୍ଟୁଡିଓ । ଆଜକୁ 100 ବର୍ଷ ପୁରିଯାଇଥିଲେ ମଧ୍ୟ ଏବେବି ଦାସ ଷ୍ଟୁଡିଓ ଅତୀତର ପୃଷ୍ଠା ଉନ୍ମୋଚନ କରୁଛି।

ଅତୀତର ସ୍ମୃତି ସତେଜ କରୁଛି ଦାସ ଷ୍ଟୁଡି, ଯେଉଁଠି ଫଟୋ ଉଠାଇଥିଲେ ଅନେକ ପୁରୁଖା ନେତା

ସେତେବେଳର କ୍ୟାମେରା ସାଙ୍ଗକୁ ଆଜିର ଆଡଭାନ୍ସ କ୍ୟାମେରା ସବୁ କିଛି ଦେଖିବାକୁ ମିଳିବ ଏହି ଦାସ ଷ୍ଟୁଡିଓରେ । ଖାଲି ସେତିକି ନୁହେଁ 1935 ମସିହାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବାଲେଶ୍ଵର ଆସିଥିବା ବେଳେ ଦାସ ଷ୍ଟୁଡିଓରେ ଉଠିଥିଲା ତାଙ୍କର ଫଟୋ । ଏହାସହ ବିଜୁ ପଟ୍ଟନାୟକ, ଇନ୍ଦିରା ଗାନ୍ଧୀ, ଜବାହାରଲାଲ ନେହେରୁ ଭଳି ମହାପୁରୁଷଙ୍କ ଫଟୋ ଉଠାଇଛି ଦାସ ଷ୍ଟୁଡିଓ। ଜିଲ୍ଲାରେ ସେ ସମୟର ଅନେକ ରାଜନୈତିକ, ସାଂସ୍କୃତିକ ଓ ସାମାଜିକ ଘଟଣାର ମୁକସାକ୍ଷୀ ହେଉଛି ଦାସ ଷ୍ଟୁଡିଓ। ସେ ଦିନରୁ ଆଜିଯାଏ ବ୍ୟବହାର ହୋଇଥିବା ପ୍ରାୟ 30 ରୁ 40 ପ୍ରକାର କ୍ୟାମେରା ଏବେବି ସାଇତି ରଖିଛନ୍ତି ଦିଲ୍ଲୀପ। କ୍ୟାମେରାରେ ଉଠିଥିବା ଉକ୍ତ ବିରଳ ଫଟୋଗୁଡ଼ିକୁ ଅତି ଯତ୍ନରେ ସାଇତି ରଖିଛନ୍ତି ସେ। ତେବେ 100 ବର୍ଷର ପୁରୁଣା ଏହି ଷ୍ଟୁଡ଼ିଓକୁ ଏବେ ଗଲେ ତାହା କୌଣସି ଏକ ମ୍ୟୁଜିଅମ ଠାରୁ ମଧ୍ୟ କମ ଲାଗିବ ନାହିଁ ।

ଓଡ଼ିଶାର ଦ୍ଵିତୀୟ ଓ ଉତ୍ତର ଓଡ଼ିଶାର ପ୍ରଥମ ଷ୍ଟୁଡିଓ ଭାବେ ଦାସ ଷ୍ଟୁଡିଓ ନାଁ ରଖିଛି। ସେତେବେଳେ ଭଦ୍ରକ, ବାରିପଦା, ନୀଳଗିରି, ‌ସୋର, ଜଳେଶ୍ବର ଭଳି ଦୂରାଦୂରାନ୍ତରୁ ଫଟୋ ଉଠାଇବାକୁ ଲୋକେ ଏହି ଷ୍ଟୁଡିଓକୁ ଆସୁଥିଲେ। ଦେଵବ୍ରତ ଦାସଙ୍କ ପରେ ତାଙ୍କ ପୁଅ ସୁଧୀର ଓ ତାଙ୍କ ପରେ ତାଙ୍କ ପୁଅ ଦିଲ୍ଲୀପ ଏବେ ଷ୍ଟୁଡିଓ ସମ୍ଭାଳିଛନ୍ତି। ତିନି ପିଢ଼ି ପରେ ମଧ୍ୟ ଏବେବି ଷ୍ଟୁଡିଓ ରହିଛି ଓ ସାଇତା ହୋଇଛି ବାଲେଶ୍ଵରର ଅନେକ ଅକୁହା ସ୍ମୃତି। ଥରେ ଅତୀତର ସେହି ପୁରୁଣା ସ୍ମୃତି ତାଜା କରିବାକୁ ହେଲେ ଦାସ ଷ୍ଟୁଡ଼ିଓ ବୁଲି ଆସନ୍ତୁ...

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Feb 12, 2021, 7:15 PM IST

ABOUT THE AUTHOR

...view details