ବାଲେଶ୍ଵର: ବାଲେଶ୍ଵରର ଏକ ଘରୋଇ ନର୍ସିଂ କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମାନସିକ ନିର୍ଯାତନା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଆଜି (ଗୁରୁବାର) ମଧ୍ୟାହ୍ନରେ ଭୁବନେଶ୍ବରର ଏକ ଘରୋଇ ଡ଼ାକ୍ତରଖାନାରେ ଲିପ୍ସା ବେହେରାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ମାନସିକ ନିର୍ଯାତନା: ବାଲେଶ୍ୱରରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ! - ଲିପ୍ସା ବେହେରା ଆତ୍ମହତ୍ୟା
ମାନସିକ ନିର୍ଯାତନା ଯୋଗୁଁ ବାଲେଶ୍ବରର ଏକ ଘରୋଇ ନର୍ସିଂ କଲେଜ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ
ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ
ସନ୍ଦେହ ଜନକ ଭାବେ ଗତ 3 ତାରିଖରେ ଗୁରୁତର ଅବସ୍ଥାରେ ଲିପ୍ସାଙ୍କୁ ନର୍ସିଂ ହଷ୍ଟେଲରୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରିବାର ତରଫରୁ ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରାଯାଇଛି । ମୃତ ଲିପ୍ସା 2 ବର୍ଷର ନର୍ସିଂ ଛାତ୍ରୀ ଭାବେ ଏକ ଘରୋଇ ହସ୍ପିଟାଲରେ ପଢୁଥିଲେ । ଏହି ଘଟଣାରେ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଅଶୋକ ନାୟକ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବାଲେଶ୍ବର