ବାଲେଶ୍ବର: କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଯୁବକ ଜଣକ କ୍ବାରେଣ୍ଟାଇନ କେନ୍ଦ୍ରରେ ଥିବାବେଳେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମେଡିକାଲ ନେବା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଜଳଦା ଠାରେ ଥିବା ଏକ କ୍ବାରେଣ୍ଟାଇନ ସେଣ୍ଟରରେ।
କ୍ବାରେଣ୍ଟାଇନ ସେଣ୍ଟରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ - a migrant labour stayed quarentine centre dead
ବାଲେଶ୍ଵର ଜିଲ୍ଲା ଖଇରା ଥାନା ଜଳଦା ଠାରେ ଥିବା ଏକ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।
କ୍ବାରେଣ୍ଟାଇନ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ
ମିଳିଥିବା ସୂଚନା ଅନୁସାରେ, ଜଳଦା ଗ୍ରାମର ଗୋବିନ୍ଦ ମଲ୍ଲିକଙ୍କ ପୁଅ ବିପିନ ମୁମ୍ବାଇରେ ରହୁଥିଲେ। ଗତ 27 ତାରିଖରେ ସେ ମୁମ୍ବାଇରୁ ଫେରି ଗ୍ରାମରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିଲେ। ବୁଧବାର ରାତିରେ ହଠାତ ବିପିନ ଅସୁସ୍ଥ ଅନୁଭବ କରିବାରୁ 08 ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ମାତ୍ର ଏହା ବିଫଳ ହେବାରୁ ବିପିନକୁ ବାଇକ ଯୋଗେ ମେଡିକାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ମୃତ ବିପିନଙ୍କ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Jun 4, 2020, 5:39 PM IST