ବାଲେଶ୍ବର: ଜିଲ୍ଲା ତାମୂଳିଆ ଓଭରବ୍ରିଜ ତଳେ ଏବେ ଅସାମାଜିକଙ୍କ ଆଡ୍ଡା ଜମୁଥିବା ଅଭିଯୋଗ ହୋଇଛି । ଓଭରବ୍ରିଜ ହେବାପରେ ଏବେ ସେହି ସ୍ଥାନ ଅସାମାଜିକଙ୍କ ପାଇଁ ସୁବିଧା ପାଲଟିଛି । ଏହାର ଏକ ନଗ୍ନ ଉଦାହରଣ ହେଉଛନ୍ତି ଲୁଟର ଶିକାର ହୋଇଥିବା ଅସୀମ କୁମାର ଦାସ ।
ଅସୀମଙ୍କ ଅଭିଯୋଗ ଅନୁସାରେ, ସୋମବାର ରାତି ପ୍ରାୟ 9 ଟାବେଳେ ସେ ତାଙ୍କର ଗ୍ୟାରେଜ ବନ୍ଦ କରି ତାମୂଳିଆ ପୋଲ ପାଖ ଘରକୁ ଫେରୁଥିଲେ । ପୋଲ ନିକଟ ରେଳ ଲାଇନ ପାଖରେ ସେ ଶୌଚ ହେବାକୁ ଯାଇଥିବାବେଳେ କିଛି ଅସାମାଜିକ ଯୁବକ ତାଙ୍କୁ ସେଠାରେ ଗାଡ଼ିରେ ବସିବାକୁ ଦେଇ ନଥିଲେ । ବିଭିନ୍ନ ମାରଣାସ୍ତ୍ରରେ ଅସୀମଙ୍କୁ ଆକ୍ରମଣ କରି ଅସାମାଜିକ ଯୁବକମାନେ ତାଙ୍କ ଠାରୁ 5 ହଜାର ଟଙ୍କା ଲୁଟି ନେଇଥିବା ସେ ସଦର ଥାନାରେ ଅଭିଯୋଗ କରିଛନ୍ତି ।