ଓଡିଶା

odisha

ETV Bharat / state

ଅସହାୟ ମାଆ ମାଗୁଛି ନ୍ୟାୟ, ପୁଅ ବୋହୂଙ୍କ ନିର୍ଯାତନା ହେଉଛି ଅସହ୍ୟ - ପୁଅ ବିରୋଧରେ ମାଆର ଅଭିଯୋଗ ବାଲେଶ୍ବର

ପୁଣି ପୁଅ-ବୋହୂଙ୍କ ବିରୋଧରେ ଫେରାଦ ହେଲେ ମାଆ । ସମ୍ପତ୍ତି ଲୋଭରେ ପୁଅ-ବୋହୂ ନାନା ନିର୍ଯାତନା ଦେଉଥିବା ଅଭିଯୋଗ । ଅଧିକ ପଢନ୍ତୁ

ଅସହାୟ ମାଆ ମାଗୁଛି ନ୍ୟାୟ, ପୁଅ ବୋହୂଙ୍କ ନିର୍ଯାତନା ହେଉଛି ଅସହ୍ୟ
ଅସହାୟ ମାଆ ମାଗୁଛି ନ୍ୟାୟ, ପୁଅ ବୋହୂଙ୍କ ନିର୍ଯାତନା ହେଉଛି ଅସହ୍ୟ

By

Published : May 20, 2022, 6:21 PM IST

Updated : May 20, 2022, 9:01 PM IST

ବାଲେଶ୍ବର: ସମ୍ପତ୍ତି ଉପରେ ପୁଅ ବୋହୂଙ୍କ ନଜର ରହିଛି, ଜନ୍ମ କରିଥିବା ପୁଅ ପାଖରେ ସୁରକ୍ଷା ନାହିଁ । ଏମିତି କିଛି ଅଭିଯୋଗ ନେଇ ଆଜି(ଶୁକ୍ରବାର) ଜଣେ ମାଆ ପହଞ୍ଚିଛନ୍ତି ପ୍ରଶାସନ ନିକଟରେ । ବାର୍ଦ୍ଧକ୍ୟ ସମୟରେ ପୁଅ ପରକରି ଦେବାରୁ ସହାୟତା ପାଇଁ ପ୍ରଶାସନ ନିକଟରେ ପହଞ୍ଚିଛନ୍ତି ମହିଳା । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଦକ୍ଷିଣ ପଡ଼ା ଗାଁର ବାସନ୍ତୀ ପାତ୍ରଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ବାର୍ଦ୍ଧକ୍ୟ ଭତ୍ତାରେ ଚଳୁଛନ୍ତି ।

ଅସହାୟ ମାଆ ମାଗୁଛି ନ୍ୟାୟ, ପୁଅ ବୋହୂଙ୍କ ନିର୍ଯାତନା ହେଉଛି ଅସହ୍ୟ

ତାଙ୍କର ଦୁଇପୁଅ ଓ ଜଣେ ଝିଅ । ଝିଅଙ୍କ ବାହାଘର ହୋଇ ସାରି ଥିବାବେଳେ ଦୁଇପୁଅ ଏବେ ମାଆଙ୍କ ସମ୍ପତ୍ତି ଉପରେ ଲୋଭ ରଖିଥିବା ଅଭିଯୋଗ କରିଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ ବାସନ୍ତୀଙ୍କ ନାମରେ ବ୍ୟାଙ୍କରେ ଦୁଇ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ ରଖିଥିଲେ । 6 ବର୍ଷ ଧରି ଏହି ଡିପୋଜିଟରୁ ମିଳୁଥିବା ସୁଧ ବାସନ୍ତୀଙ୍କ ବ୍ୟାଙ୍କ ଖାତାକୁ ଆସୁଥିଲା । ମାତ୍ର ପୁଅମାନେ ଏହି ସୁଧ ଟଙ୍କା ଓ ବାସନ୍ତୀଙ୍କ ଭତ୍ତା ଟଙ୍କା ନେଇ ଯାଉଥିବା ଅଭିଯୋଗ ଆଣିଛନ୍ତି ବାସନ୍ତୀ ।

ଏହାସହ ଫିକ୍ସ ଡିପୋଜିଟ ଥିବା ଟଙ୍କା ଉଠାଇବା ପାଇଁ ବାସନ୍ତୀଙ୍କୁ ପୁଅ ବୋହୂ ବାଧ୍ୟ କରିବା ସହ ତାଙ୍କୁ ନାନା ନିର୍ଯାତନା ଦେଉଥିବା ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏନେଇ ବାସନ୍ତୀ ଉପ-ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବା ସହ ସୁରକ୍ଷା ସହ ପ୍ରାପ୍ୟ ଦେବାକୁ ଏବଂ ପୁଅ ବୋହୂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 20, 2022, 9:01 PM IST

ABOUT THE AUTHOR

...view details