ବାଲେଶ୍ଵର: ଜଳେଶ୍ୱର ଅଞ୍ଚଳରୁ ମୁଣ୍ଡ ବିହୀନ କଙ୍କାଳ ଏବଂ ଦୁଇଟି ଗୋଡ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ବିଲରେ ଥିବା ଏକ ବାଲିଗଦା ମଧ୍ୟରେ ହାଡ ବାହାରିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଡ କଙ୍କାଳକୁ ଜବତ କରିଛି ।
ଜଳେଶ୍ବରରେ ଚାଞ୍ଚଲ୍ୟ: ମୁଣ୍ଡ ବିହୀନ କଙ୍କାଳ ଉଦ୍ଧାର - ବାଲେଶ୍ବରରୁ ମୃଣ୍ଡ ବିହୀନ ମୃତଦେହ ଉଦ୍ଧାର
ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ନଥିବା କଙ୍କାଳ ଏବଂ ଦୁଇଟି ଗୋଡ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...
ବାଲେଶ୍ବରରୁ ମୃଣ୍ଡ ବିହୀନ ମୃତଦେହ ଉଦ୍ଧାର
ଜଳେଶ୍ବରରେ ଚାଞ୍ଚଲ୍ୟ: ମୁଣ୍ଡ ବିହୀନ କଙ୍କାଳ ଉଦ୍ଧାରଜଳେଶ୍ବରରେ ଚାଞ୍ଚଲ୍ୟ: ମୁଣ୍ଡ ବିହୀନ କଙ୍କାଳ ଉଦ୍ଧାର
ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା NH 60 ଜାତୀୟ ରାଜପଥ ନିକଟସ୍ଥ ଜମାଲପୁର ଠାରେ ଧାନବିଲକୁ କାମ କରିବା ପାଇଁ ସ୍ଥାନୀୟ ଲୋକ ଯାଉ ଥିବାବେଳେ ସେଠାରେ ଗଚ୍ଛିତ ଥିବା ବାଲି ଭିତରେ ମଣିଷ ଗୋଡ଼ ବାହାରକୁ ଥିବା ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ଲୋକେ ଜଳେଶ୍ବର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଗୋଡ଼ ଓ ଅନ୍ୟ କଙ୍କାଳ ଉଦ୍ଧାର କରି ଫୋରେନସିକ ଟେଷ୍ଟ ପାଇଁ ଲାବକୁ ପଠାଇଛି । ତେବେ ମୃତଦେହ ପରିଚୟ ମିଳିପାରି ନ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 28, 2021, 7:35 PM IST