ବାଲେଶ୍ଵର: ପ୍ରେମରେ ଧୋକା ପରେ ସହି ନପାରି ଆତ୍ମହତ୍ୟା କଲେ ଯୁବତୀ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଜଣେ ଯୁବତୀ ପ୍ରେମରେ ଧୋକା ପରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଜଳଦା ପଞ୍ଚାୟତ ତୁଟ ଗ୍ରାମର ଜଣେ ଯୁବତୀ କିଛିବର୍ଷ ଧରି ମାଖନପୁର ପଞ୍ଚାୟତ ଭାଟପଡ଼ା ଗ୍ରାମର ନିରଞ୍ଜନ ଶିଅଳଙ୍କ ପୁଅ ରତିକାନ୍ତଙ୍କୁ ପ୍ରେମ କରୁଥିଲେ। ରତିକାନ୍ତ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।
ଯୁବତୀ ଜଣଙ୍କ ବିବାହ ପାଇଁ କହିବାରୁ ରତିକାନ୍ତ ମନା କରିଦେଇଥିଲେ। ଏହାକୁ ନେଇ ଯୁବତୀ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ଯୁବତୀ ଜଣକଙ୍କ ନିଜ ପାପୁଲିରେ ଜୀବନ ବରବାଦ ହୋଇଯାଇଛି ବୋଲି ଲେଖା ହୋଇଛି।