ଓଡିଶା

odisha

By

Published : Oct 30, 2019, 2:35 PM IST

ETV Bharat / state

ଋଣ ଭାର ସୁଝି ନ ପାରି ସିମୁଳିଆରେ ବିଷ ପିଇଲା ଚାଷୀ !

ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କବିରପୁର ଅଞ୍ଚଳର ଜଣେ ଚାଷୀ ଋଣ ସୁଝି ନ ପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭଯୋଗ ହୋଇଛି ।

ସିମୁଳିଆରେ ଚାଷୀ ଆତ୍ମହତ୍ୟା

ବାଲେଶ୍ଵର: ଋଣ ସୁଝି ନ ପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ । ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କବିରପୁର ଅଞ୍ଚଳର ଜଣେ ଚାଷୀ ଋଣ ସୁଝି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଜଣକ ହେଲେ ବିଜୟ କୁମାର ପରିଡ଼ା ।

ଚାଷୀ ଆତ୍ମହତ୍ୟା

ବିଜୟ ହାତ ଉଧାରି ସହ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ଚାଷ କାର୍ଯ୍ୟରେ ଲଗାଇଥିଲେ । ଫସଲ ଭଲ ନ ହେବାରୁ ବିଜୟ ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଇଥିଲେ ।

ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଋଣ ଭାର ଯୋଗୁଁ ସେ ଏମିତି ପଦକ୍ଷେପ ନେଇଥିବା କୁହାଯାଉଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details