ଓଡିଶା

odisha

ETV Bharat / state

ବ୍ରଜାଘାତରେ ଚାଷୀ ମୃତ - medical

ଶୁକ୍ରବାର ବ୍ରଜାଘାତରେ ବାଲେଶ୍ବର ଜିଲ୍ଲା ଭୋଗରାଇର ଜଣେ ପରିବା ଚାଷୀଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jul 12, 2019, 10:18 PM IST

ବାଲେଶ୍ବର: ବ୍ରଜାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ବାଲେଶ୍ବର ଜିଲ୍ଲା ଭୋଗରାଇରେ ବଜ୍ରପାତ ଘଟି ଜଣେ ପରିବା ଚାଷୀଙ୍କ ଅକାଳ ବିୟୋଗ ଘଟିଛି । ମୃତ ଚାଷୀ ଜଣଙ୍କ ଚାରୁଚନ୍ଦ୍ର ସାହୁ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ଭୋଗରାଇ ଥାନା କୁମ୍ଭୀରଗଡି ପଞ୍ଚାୟତ କୋହ୍ଲା ଗାଁର ଚାରୁଚନ୍ଦ୍ର ସାହୁ ଶୁକ୍ରବାର ସ୍ଥାନୀୟ ଭୋଗରାଇ ହାଟକୁ ବାଇଗଣ ବିକିବାକୁ ଯାଇଥିଲେ । ବିକ୍ରି ସାରି ନଦୀର ଘାଟ ପାର ହୋଇ ଘରେ ପହଞ୍ଚିବା ପୂର୍ବରୁ ନଦୀ ଓ ଗାଁ ମଝି ବିଲରେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା ଏହାପରେ ସେ ତଳେ ପଡିଯାଇଥିଲେ ।

ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ବାଲିଆପାଳସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details