ବାଲେଶ୍ବର : ପୋଢୁଆଁ ହେବା ପୂର୍ବରୁ ଅପହରଣ ହେଲା ଅଢେଇ ବର୍ଷର ଶିଶୁ କନ୍ୟା । ଘର ପାଖ ଗାଁ ରାସ୍ତାରୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ବାଲେଶ୍ଵର ସଦର ବ୍ଲକ ବସ୍ତା ଥାନା ଶ୍ରୀରାମପୁର ପଞ୍ଚାୟତ ନିମା ଗାଁର ଉମାକାନ୍ତ ପ୍ରଧାନଙ୍କ ଏକ ମାତ୍ର ଶିଶୁ କନ୍ୟାକୁ କେହି ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ପୋଢ଼ୁଆଁ ପୂଜା ପୂର୍ବରୁ ଶିଶୁକନ୍ୟା ପାଖ ପଡୋଶୀ ଘରକୁ ଯାଇଥିଲା । ସେଠାରୁ ଫେରିବା ପରେ ମଧ୍ୟ ଶିଶୁକନ୍ୟା ଘରେ ପହଞ୍ଚି ନଥିଲା।
ଅଧାରେ ରହିଲା ପୋଢୁଆଁ, ଅପହରଣ ହେଲା ଶିଶୁ କନ୍ୟା - ବାଲେଶ୍ବର ଖବର
ପୋଢୁଆଁ ହେବା ପୂର୍ବରୁ ଅପହରଣ ହେଲା ଅଢେଇ ବର୍ଷର ଶିଶୁ କନ୍ୟା । ଘର ପାଖ ଗାଁ ରାସ୍ତାରୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଶିଶୁକନ୍ୟାକୁ ଅପହରଣ ଅଭିଯୋଗ
ଶିଶୁକନ୍ୟାକୁ ଅପହରଣ ଅଭିଯୋଗ
ଦୀର୍ଘ ସମୟ ଧରି ଘରକୁ ନ ଆସିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ମାତ୍ର ପିଲାର କୌଣସି ପତ୍ତା ମିଳିନଥିଲା। ବାପା ଉମାକାନ୍ତ ଘରେ ନ ଥିବାରୁ କକା ଖଗେଶ୍ୱର ପ୍ରଧାନ ବସ୍ତା ଥାନାରେ ଶିଶୁ କନ୍ୟାକୁ ଅପହରଣ ନେଇ ଲିଖିତ ଅଭିଯୋଗ କରିଥିଲେ । ବସ୍ତା ପୋଲିସ ନିମା ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଆଜି ସକାଳ ସମୟରେ ଗାଁକୁ କେତେକ ଫେରିବାଲା ଆସିଥିଲେ । ଫେରିବାଲାଙ୍କ ମଧ୍ୟରୁ କେହି ଶିଶୁକନ୍ୟାକୁ ଅପହରଣ କରିଥିବା ସନ୍ଦେହ କରାଯାଉଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ