ବାଲେଶ୍ବର:ଜିଲ୍ଲା କଂଗ୍ରେସ ପକ୍ଷରୁ ଜଳେଶ୍ୱର ଓ ବାଲିଆପାଳରେ ଜନଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ପ୍ରଭାରୀ ଡ଼. ଏ ଚେଲ୍ଲା କୁମାର, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ତଥା ରାଜ୍ୟ ଓ ଜିଲ୍ଲା କଂଗ୍ରେସର ନେତାମାନେ ଯୋଗ ଦେଇଛନ୍ତି । ଏହି ଅବସରରେ ଜଳେଶ୍ବରର ରାଜପୁର ଛକ ଠାରୁ ଜନ ଜାଗରଣ ଯାତ୍ରା ଆରମ୍ଭ ହୋଇ ବଡ଼ ବଜାର ସ୍ଥିତ ଟାଉନ ହଲ ପଡ଼ିଆରେ ପହଞ୍ଚିଥିଲା।
କଂଗ୍ରେସର ଜନ ଜାଗରଣ, ଯୋଗଦେଲେ A.Chellakumar
ଜିଲ୍ଲା କଂଗ୍ରେସ ପକ୍ଷରୁ ଜଳେଶ୍ୱର ଓ ବାଲିଆପାଳରେ ଜନଜାଗରଣ ଯାତ୍ରା । ଏଥିରେ ଓଡିଶା ପ୍ରଭାରୀ ଡ଼. ଏ ଚେଲ୍ଲା କୁମାର(A. Chellakumar) ଯୋଗ ଦେଇଛନ୍ତି। ଅଧିକ ପଢନ୍ତୁ
କଂଗ୍ରେସର ଜନ ଜାଗରଣ, ଯୋଗଦେଲେ ଚେଲା କୁମାର
ଏଥିରେ ହଜାର ହଜାର କଂଗ୍ରେସ କର୍ମୀ ଏହି ଅଭିଯାନରେ ସାମିଲ ହୋଇଥିଲେ । ପରେ ଟାଉନ ହଲ ପଡିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତି ସମେତ ପେଟ୍ରୋଲ ଏବଂ ରନ୍ଧନ ଗ୍ଯାସର ଅହେତୁକ ଦରବୃଦ୍ଧି ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡିଲେଣି । ଆଗାମୀ ଦିନରେ ଓଡିଶାର ଲୋକେ ନିଶ୍ଚିତ ଏହାର ଜବାବ ଦେବେ ବୋଲି କଂଗ୍ରେସ ନେତାମାନେ ଲୋକଙ୍କୁ ଆହ୍ୱାନ ଦେଇଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ