ଓଡିଶା

odisha

ETV Bharat / state

ଗୁଜୁରାଟରୁ ବାଲେଶ୍ୱରରେ ପହଞ୍ଚିଲେ 960 ପ୍ରବାସୀ, ଆଉ ପହଞ୍ଚିବେ 2040 - ଲକଡାଉନ

3 ତାରିଖରେ ଦୁଇଟି ଟ୍ରେନ ମହାରାଷ୍ଟ୍ର ଓ ଗୁଜୁରାଟରୁ ଆସିଥିବାବେଳେ ଆଜି ଆଉ ଗୋଟିଏ ଟ୍ରେନ ଗୁଜୁରାଟର ମୁର୍ବୀରୁ ଆସି ବାଲେଶ୍ବରରେ ପହଞ୍ଚିଛି । ଟ୍ରେନରେ ସର୍ବମୋଟ 960 ପ୍ରବାସୀ ଆସିଥିବା ଜଣା ପଡ଼ିଛି । ଅଧିକ ପଢନ୍ତୁ...

960 migrants reached  Balasore from Gujarat
ଗୁଜୁରାଟରୁ ବାଲେଶ୍ୱରରେ ପହଞ୍ଚିଲେ 960 ପ୍ରବାସୀ, ଆଉ ପହଞ୍ଚିବେ 2040

By

Published : May 14, 2020, 11:54 PM IST

ବାଲେଶ୍ବର: କୋରୋନା ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ଏବେ ବାହାରେ ଫସି ରହିଥିବା ପ୍ରବାସୀଙ୍କୁ ଓଡ଼ିଶା ଆଣିବାକୁ ସରକାର ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି । ତେବେ 13 ତାରିଖରେ ଦୁଇଟି ଟ୍ରେନ ମହାରାଷ୍ଟ୍ର ଓ ଗୁଜୁରାଟରୁ ଆସିଥିବାବେଳେ ଆଜି ଆଉ ଗୋଟିଏ ଟ୍ରେନ ଗୁଜୁରାଟର ମୁର୍ବୀରୁ ଆସି ପହଞ୍ଚିଛି ବାଲେଶ୍ବରରେ ।

ଗୁଜୁରାଟରୁ ବାଲେଶ୍ୱରରେ ପହଞ୍ଚିଲେ 960 ପ୍ରବାସୀ, ଆଉ ପହଞ୍ଚିବେ 2040

ଟ୍ରେନରେ 960 ଜଣ ପ୍ରବାସୀ ଆସିଥିବା ଜଣା ପଡ଼ିଛି । ସମସ୍ତ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ପଞ୍ଜିକରଣ କରାଯାଇ ଅଲିଭା କାଳି ଲଗାଯାଇଛି। ସେମାନଙ୍କୁ ନିଜନିଜ ଅଞ୍ଚଳରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ଛାଡିବା ପାଇଁ ପ୍ରଶାସନିକ ସ୍ତରରେ 40 ଟି ସ୍ବତନ୍ତ୍ର ବସ ବ୍ୟବସ୍ଥା କରାଯାଇଛି।

ସେହିପରି ଆଜି ରାତିରେ ଆଉ 3 ଟି ଟ୍ରେନ ଆସିବାର ଅଛି। ଗୁଜୁରାଟର ମୁର୍ବୀରୁ ଆଉ ଗୋଟିଏ ଟ୍ରେନ, ସୁରଟରୁ ଗୋଟିଏ ଟ୍ରେନ ଏବଂ ତାମିଲନାଡ଼ୁର ତିରୁପୁରରୁ ଗୋଟିଏ ଟ୍ରେନ ଆସିବ ବୋଲି ଜଣାପଡିଛି। 4 ଟି ଟ୍ରେନରେ ମୋଟ 3ହଜାର ପ୍ରବାସୀ ଫେରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details