ବାଲେଶ୍ଵର: କୋରୋନା କାଳରେ ବଢୁଛି ଦେଶୀ ମଦ ଚାଲାଣ । ବାଲେଶ୍ବର ଜାମୁଝାଡ଼ି ନିକଟରେ ସୋର ଅବକାରୀ ବିଭାଗ ଦ୍ଵାରା ଚଢ଼ାଉ କରାଯାଇ ଏକ ମାରୁତି କାରରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି ।
କାରରୁ ବିପୁଳ ପରିମାଣର ମଦ ଜବତ, ଦୁଇ ଗିରଫ - liquor seized in balesore
ବାଲେଶ୍ବର ଜାମୁଝାଡ଼ି ନିକଟରେ ସୋର ଅବକାରୀ ବିଭାଗ ଦ୍ଵାରା ଚଢ଼ାଉ କରାଯାଇ ଏକ ମାରୁତି କାରରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଏହାସହ ବେପାରରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

କାରରୁ ବିପୁଳ ପରିମାଣର ମଦ ଜବତ, ଦୁଇ ଗିରଫ
କାରରୁ ବିପୁଳ ପରିମାଣର ମଦ ଜବତ, ଦୁଇ ଗିରଫ
ସୂଚନାନୁଯାୟୀ, ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ଜାମୁଝାଡ଼ି ନିକଟରେ ଏକ ମାରୁତି କାର ଉପରେ ସନ୍ଦେହ ହେବାରୁ ତାକୁ ଅଟକାଇଥିଲେ । ସେଥିରୁ 8ଶହ ଲିଟର ଦେଶୀମଦ ଜବତ କରାଯାଇଛି । ବେପାରରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଦୁଇଜଣ ବିକାଶ ଦଳେଇ ଓ ରବି ଟୁଡୁ ବୋଲି ଜଣାପଡ଼ିଛି । ଏହାସହ କାରକୁ ମଧ୍ୟ ଜବତ କରାଯାଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ