ଓଡିଶା

odisha

ETV Bharat / state

ବ୍ରାଉନସୁଗାର କାରବାରରେ କିନ୍ନର ଗିରଫ

ବ୍ରାଉନସୁଗାର କାରବାରରେ ଜଣେ କିନ୍ନର ଗିରଫ ହୋଇଛନ୍ତି । ଅଭିଯୁକ୍ତ ନିକଟରୁ 72 ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଅଧିକ ପଢନ୍ତୁ...

ବ୍ରାଉନସୁଗାର କାରବାରରେ କିନ୍ନର ଗିରଫ
ବ୍ରାଉନସୁଗାର କାରବାରରେ କିନ୍ନର ଗିରଫ

By

Published : Apr 3, 2021, 10:39 PM IST

ବାଲେଶ୍ଵର: ଶିଳ୍ପାଞ୍ଚଳ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ଜଣେ କିନ୍ନରଙ୍କ ଠାରୁ ୭୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ କିନ୍ନର ଗିରଫ ହୋଇଛନ୍ତି । ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପଠାନସାହିର ସ୍ବର୍ଗତ ଶନିଆ ବେହେରାଙ୍କ ପୁତ୍ର ରବି ବେହେରା ଓରଫ ରାକ୍ଷୀ କିନ୍ନର(୪୦) ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଆଜି(ଶନିବାର) ପ୍ରାୟ 1ଟା ପନ୍ଦର ମିନିଟ ସମୟରେ ଶିଳ୍ପାଞ୍ଚଳ ପୋଲିସର ଏକ ଟିମ୍ ତେନ୍ତୁଳିଆ ନଗର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ସେହି ରାସ୍ତାରେ ରାକ୍ଷୀ କିନ୍ନର ଚାଲି ଚାଲି ଯାଉଥିଲେ । ପୋଲିସକୁ ଦେଖି ସେ ହଠାତ୍ ଚମକି ପଡିଥିଲେ । ରାକ୍ଷୀଙ୍କ ହାବଭାଵ ଦେଖି ପୋଲିସର ସନ୍ଦେହ ହୋଇଥିଲା । ପୋଲିସ ପାଟ୍ରୋଲିଂ ଗାଡି ଛିଡା ହୋଇଯିବାରୁ ସେଠାରୁ ରାକ୍ଷୀ ଦୌଡ଼ିବା ଆରମ୍ଭ କରିଥିଲେ । ପୋଲିସ ତାଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିବାରେ ସକ୍ଷମ ହୋଇଥିଲା ।

ଅଭିଯୁକ୍ତ କିନ୍ନରଙ୍କ ନିକଟରୁ ୭୨ ଗ୍ରାମ ବ୍ରାଉନସୁଗାର, ୩୦୦ ଟଙ୍କା ଓ ଏକ ମୋବାଇଲ ଜବତ କରିଛି ପୋଲିସ । ଅଭିଯୁକ୍ତଟି ଯାଜପୁର ଅଞ୍ଚଳରେ ରହୁଥିବାର ପୁଲିସ ତଦନ୍ତରୁ ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟାେତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details