ବାଲେଶ୍ବର: କୋରୋନା ବଦଳାଇ ଦେଇଛି ଜୀବନଶୈଳୀ। ଜୀବନ ଓ ଜୀବିକାର ସଂଘର୍ଷ ଭିତରେ ମଣିଷ ଯେମିତି ପେଶି ହୋଇଯାଉଥିବା ପରି ମନେ ହେଉଛି। କେଉଁଠି ପାଠ ପଢ଼ୁଆ ଯୁବକଯୁବତୀ ଦୁଇଓଳି ଖାଦ୍ୟ ଯୋଗାଡ଼ ପାଇଁ ପରିବା ବିକୁଛନ୍ତି ତ ଆଉ କେଉଁଠି ଜୀବିକା ବଦଳାଇ ପେଟ ପୋଷିବାର ଉପାୟ ବାଛି ନେଉଛନ୍ତି ଲୋକେ। ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବଜାରରେ।
ପରିବାର ପ୍ରତିପୋଷଣ ପାଇଁ ପରିବା ବିକୁଛି କୋମଳ ଛାତ୍ର - 6th standard student sale vegetable
କୋରୋନା ବଦଳାଇ ଦେଇଛି ଜୀବନଶୈଳୀ। ଜୀବନ ଓ ଜୀବିକାର ସଂଘର୍ଷ ଭିତରେ ମଣିଷ ଯେମିତି ପେଶି ହୋଇଯାଉଥିବା ପରି ମନେ ହେଉଛି। ଅଧିକ ପଢନ୍ତୁ...
ପରିବାର ପୋଷିବା ପାଇଁ ପରିବା ବିକୁଛନ୍ତି ଷଷ୍ଠ ଶ୍ରେଣୀ ଛାତ୍ରୀ
ପରିବାର ପୋଷିବା ପାଇଁ ପରିବା ବିକୁଛନ୍ତି ଷଷ୍ଠ ଶ୍ରେଣୀ ଛାତ୍ରୀ
ବର୍ତ୍ତମାନ ସ୍କୁଲ ବନ୍ଦ ଥିବା ବେଳେ ପାଠ ପଢ଼ାରେ ଏକ ପ୍ରକାର ଡୋରି ବାନ୍ଧିଦେଇ ଛାତ୍ରୀ ଜଣଙ୍କ ପରିବାରର ଦାୟିତ୍ୱ ନେଇଛନ୍ତି। ଖାଲି ସେତିକି ନୁହେଁ ଜଣେ ଇଞ୍ଜିନିୟର ଛାତ୍ର ମଧ୍ୟ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ବଜାରରେ ପରିବା ବିକୁଥିବା ନଜରକୁ ଆସିଥିଲେ। ସତରେ ଏ କୋରୋନା ଆଜି ସମସ୍ତଙ୍କୁ ଅସହାୟ କରି ପକାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ