ବାଲେଶ୍ବର: ପ୍ରେମ କେତେବେଳେ କାହା ସହ ହୋଇଯାଏ ତାହା ଜଣା ପଡେନାହିଁ । ଏମିତିକି ପ୍ରେମ ବୟସର ମଧ୍ୟ ସୀମା ଦେଖେନାହିଁ । ସେଇଥିପାଇଁ ତ ପ୍ରେମ ଚିରନ୍ତନ ଓ ଶାଶ୍ୱତ ବୋଲି କୁହାଯାଇଥାଏ । ବୟସ କେବେବି ପ୍ରେମ ପାଇଁ ବାଧକ ସାଜି ନଥାଏ ତାର ଏକ ବଳିଷ୍ଠ ପ୍ରମାଣ ଦେଖିବାକୁ ମିଳିଛି ବାଲେଶ୍ଵର ବାମପଦା କୁଷ୍ଠାଶ୍ରମର ଅନ୍ତେବାସୀ ଦାସ ମାରାଣ୍ଡି ଏବଂ ପଦ୍ମାବତୀଙ୍କ କ୍ଷେତ୍ରରେ । ଦାସ ମାରାଣ୍ଡିଙ୍କୁ 63 ବର୍ଷ ବୟସ ହୋଇଥିବା ବେଳେ ପଦ୍ମାବତୀଙ୍କ ବୟସ ହେଉଛି 65 ବର୍ଷ । ଉଭୟ କୁଷ୍ଠ ରୋଗରେ ପୀଡିତ ହୋଇ ବାମପଦା କୁଷ୍ଠାଶ୍ରମରେ ରହିଥିଲେ । ପଦ୍ମାବତୀଙ୍କ ଘର ଔପଦା ବ୍ଲକ ଜୁଡ଼ାଗଡ଼ିଆ ଅଞ୍ଚଳରେ ହୋଇଥିବାବେଳେ ଦାସଙ୍କ ଘର ସର ବ୍ଲକ ସାର୍ଥା ଅଞ୍ଚଳରେ ।
ପ୍ରାୟ 10 ବର୍ଷ ତଳେ ପଦ୍ମାବତୀ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ । ଯେଉଁଥିପାଇଁ ତାଙ୍କୁ ଅନେକ ସ୍ଥାନରୁ ଭଲ ପାଇବା ବଦଳରେ ଘୃଣା ମିଳିଥିଲା । ସେଥିପାଇଁ ସେ କୁଷ୍ଠ ରୋଗରୁ ମୁକ୍ତି ହୋଇଥିଲେ ମଧ୍ୟ ଆଉ ଘରକୁ ଫେରି ନଥିଲେ । ଏହାରି ଭିତରେ କୁଷ୍ଠାଶ୍ରମରେ ଥିବା ଦାସଙ୍କ ସହ ପଦ୍ମାବତୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦାସ ପଦ୍ମାବତୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ଏହି ବୟସରେ ପୁଣି ଥରେ ବିବାହ କରିବା ପାଇଁ ପଦ୍ମାବତୀ ରାଜି ହୋଇ ନଥିଲେ । ପରେ କୁଷ୍ଠାଶ୍ରମର ଅନ୍ୟ ଅନ୍ତେବାସୀମାନେ ପଦ୍ମାବତୀଙ୍କୁ ଏହି ପ୍ରସ୍ତାବରେ ରାଜି ହେବାକୁ ବୁଝାଇବା ପରେ ପଦ୍ମାବତୀ ରାଜି ହୋଇଯାଇଥିଲେ । ଏ ବିଷୟରେ କୁଷ୍ଠାଶ୍ରମର ଡାକ୍ତର ସୁମିତ୍ରା ଦେ ଜାଣିବା ପରେ ଉଭୟଙ୍କ ବିବାହ ନିଜସ୍ୱ ଖର୍ଚ୍ଚରେ କରାଇବା ପାଇଁ ମନସ୍ଥ କରିଥିଲେ ।
ଏହା ବି ପଢନ୍ତୁ...Unique Wedding: 3 ଫୁଟ ବରକୁ 4 ଫୁଟ କନିଆ, ମନ୍ଦିରରେ ନେଲେ ସାତ ଫେରା