ବାଲେଶ୍ଵର: ଜିଲ୍ଲାର ଜଳେଶ୍ବର ରାଜପୁର ଅଞ୍ଚଳରେ ବ୍ୟାପକ ବ୍ରାଉନସୁଗାର କାରବାର ହେଉଥିବା ଘଟଣା ସାମ୍ନାକୁ ଆସିଛି। ଗତ କିଛିଦିନ ପୂର୍ବରୁ ଏସଟିଏଫ ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଥିବାବେଳେ ମଙ୍ଗଳବାର ରାତିରେ ବାଲେଶ୍ଵର ଅବକାରୀ ବିଭାଗ ଓ ଜଳେଶ୍ବର ପୋଲିସର ମିଳିତ ଚଢ଼ାଉରେ ଦୁଇଟି ସ୍ଥାନରୁ ଦେଢ଼ କେଜି ବ୍ରାଉନସୁଗାର ଜବତ ସହ ଦୁଇଜଣ ବେପାରୀଙ୍କୁ ଗିରଫ କରାଯାଇଛି ।
ଅବକାରୀ ବିଭାଗ ସ୍ୱତନ୍ତ୍ର ଟିମର ଚଢ଼ାଉ, 620 ଗ୍ରାମ ବ୍ରାଉନସୁଗାର ଜବତ - 620 ଗ୍ରାମ ବ୍ରାଉନସୁଗର ଜବତ
ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ରାଜପୁର ଅଞ୍ଚଳରେ ବ୍ୟାପକ ବ୍ରାଉନସୁଗାର କାରବାର ହେଉଥିବା ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...
ତେବେ ଏନେଇ ଅବକାରୀ ସୁପରିଟେଣ୍ଡେଣ୍ଟ ଇନଚାର୍ଜ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଚଢ଼ାଉ ବେଳର କଥା ପ୍ରକାଶ କରିଛନ୍ତି। ଅବକାରୀ ବିଭାଗ ରାଜପୁର ଅଞ୍ଚଳରେ ବ୍ରାଉନସୁଗାର କାରବାର ସମ୍ପର୍କରେ ଖବର ପାଇବା ପରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଉକ୍ତ ଅଞ୍ଚଳକୁ ଯାଇଥିଲେ। ସେଠାରେ ସ୍ଥାନୀୟ ପୋଲିସ ସହାୟତା ନେଇ ଦୁଇଟି ସ୍ଥାନରେ ଚଢ଼ାଉ କରିଥିଲେ। ଅବକାରୀ ବିଭାଗର ସେଖ ରଫିକ ନାମକ ଜଣେ ବେପାରୀଙ୍କ ଠାରୁ 620 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ତାଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ 6 ଲକ୍ଷ ଟଙ୍କା ବୋଲି କୁହାଯାଇଛି । ସେହପରି ଜଳେଶ୍ବର ପୋଲିସ 720 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ମହିଳା ବେପାରୀ ଅମିନା ବିବିଙ୍କୁ ଗିରଫ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ