ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ବାଉଁଶବଣିଆ ଅଞ୍ଚଳରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ 6 ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଦୁଇଟି ଭାଲୁ ରାତିରେ ଗାଁ ଭିତରକୁ ପଶି ଆସିଥିଲେ। ଭୋର ସମୟରେ ଜଙ୍ଗଲକୁ ଫେରିବା ବେଳେ ଗାଁ ଭିତରକୁ ପଶି ଯାଇଥିଲେ । ଟଣକା ଗାଁର ଜଳଧର ବିଶ୍ବାଳଙ୍କ ଘରେ ପଶି ଭାଲୁ ତାଙ୍କ ସ୍ତ୍ରୀ ସ୍ନିଗ୍ଧାଙ୍କୁ ଆକ୍ରମଣ କରିଥିଲ। । ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜଳଧର ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ।
ବାଉଁଶବଣିଆରେ ଭାଲୁ ଆତଙ୍କ, 6 ଗୁରୁତର - ବାଉଁଶବଣିଆରେ ଭାଲୁ ଆତଙ୍କ,6 ଗୁରୁତର
ବାଉଁଶବଣିଆରେ ଭାଲୁ ଆକ୍ରମଣରେ 6 ଗୁରୁତର । ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...
ବାଉଁଶବଣିଆରେ ଭାଲୁ ଆତଙ୍କ,6 ଗୁରୁତର
ସେହିପରି ବାଉଁଶବଣିଆର ବନମାଳୀ ଜେନା ଓ କମଳାକାନ୍ତ ଜେନାଙ୍କ ପରିବାର ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ସମସ୍ତ ଗୁରୁତରମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ