ବାଲେଶ୍ୱର: କଦଳୀ କାନ୍ଦି କାଟିବାକୁ ନେଇ ଗୋଷ୍ଠୀ ସଂଘର୍ଷ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ କଦଳୀ କାନ୍ଦି କାଟିବାକୁ ନେଇ ଦୁଇ ପରିବାର ଭିତରେ ହଣାକଟା ହୋଇଥିବା ଜଣାପଡିଛି। ଏଥିରେ ଉଭୟଙ୍କ ମଧ୍ୟରୁ 6 ଜଣ ଆହତ ହୋଇଥିବାବେଳେ 3 ଜଣ ଗୁରୁତର ହୋଇଥିବା ଜଣାପଡିଛି।
କଦଳୀ କାନ୍ଦିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, 6 ଆହତ - କଦଳୀ
ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ କଦଳୀ କାନ୍ଦି କାଟିବାକୁ ନେଇ ଦୁଇ ପରିବାର ଭିତରେ ହଣାକଟା ହୋଇଥିବା ଜଣାପଡିଛି। ପରିସ୍ଥିତି ଏମିତି ହୋଇଥିଲା ଯେ, ଉଭୟଙ୍କ ମଧ୍ୟରେ ମାରଣାସ୍ତ୍ର ଧରି ଖଣ୍ଡଯୁଦ୍ଧ ଲାଗିଥିଲା।

ସୂଚନା ଅନୁସାରେ, ରାଇବଣିଆ ଥାନା ତୋଟାପଡା ଗାଁଆରେ କଦଳୀ କାନ୍ଦି କାଟିବାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଗ୍ରାମର ମନ୍ମଥ ପରିଡାଙ୍କ ବାଡିରୁ ସେହି ଗ୍ରାମର ଗୌର ପରମାଣିକ ଓ ଅନ୍ୟମାନେ ମିଶି କଦଳୀ କାନ୍ଦି କାଟୁଥିଲେ। ଏହାକୁ ମନ୍ମଥ ଓ ତାଙ୍କ ପରିବାର ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା।
ପରିସ୍ଥିତି ଏମିତି ହୋଇଥିଲା ଯେ, ଉଭୟଙ୍କ ମଧ୍ୟରେ ମାରଣାସ୍ତ୍ର ଧରି ଖଣ୍ଡଯୁଦ୍ଧ ଲାଗିଥିଲା। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରାଇବଣିଆ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ