ଓଡିଶା

odisha

ETV Bharat / state

ACF ସୌମ୍ୟଙ୍କୁ ନ୍ୟାୟ ଦାବିରେ ୬ ଘଣ୍ଟିଆ ଖଇରା ବନ୍ଦ

ପାରଳାଖେମୁଣ୍ଡି ACF ତଥା ଖଇରା ମାଟିର ପୁଅ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ନ୍ୟାୟ ପ୍ରଦାନ ଦାବି ପାଇଁ ଖଇରାବାସୀ ଅଣ୍ଟା ଭିଡିଛନ୍ତି । ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ଓ ଦୋଷୀକୁ ଦଣ୍ଡ ଦାବିରେ ୬ଘଣ୍ଟିଆ ଖଇରା ବନ୍ଦ ପାଳନ କରାଯାଇଛି । ଅଧିକ ପଢନ୍ତୁ...

By

Published : Sep 9, 2021, 10:17 AM IST

ACF ସୌମ୍ୟଙ୍କୁ ନ୍ୟାୟ ଦାବିରେ ୬ ଘଣ୍ଟିଆ ଖଇରା ବନ୍ଦ
ACF ସୌମ୍ୟଙ୍କୁ ନ୍ୟାୟ ଦାବିରେ ୬ ଘଣ୍ଟିଆ ଖଇରା ବନ୍ଦ

ବାଲେଶ୍ବର:ପାରଳାଖେମୁଣ୍ଡି ACF ତଥା ଖଇରା ମାଟିର ପୁଅ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ନ୍ୟାୟ ପ୍ରଦାନ ଦାବି ପାଇଁ ଖାଇରାବାସୀ ଅଣ୍ଟା ଭିଡିଛନ୍ତି । ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ଓ ଦୋଷୀକୁ ଦଣ୍ଡ ଦାବିରେ ୬ଘଣ୍ଟିଆ ଖଇରା ବନ୍ଦ ପାଳନ କରାଯାଇଛି । ସୋର କୁପାରୀ ରାଜ୍ୟ ରାଜପଥରେ ଥିବା ସମସ୍ତ ଦୋକାନ ବଜ଼ାର ବନ୍ଦ କରାଯାଇଛି ।

ACF ସୌମ୍ୟଙ୍କୁ ନ୍ୟାୟ ଦାବିରେ ୬ ଘଣ୍ଟିଆ ଖଇରା ବନ୍ଦ

ଖଇରା ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଫଳରେ ଖଇରା ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସେହିପରି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବାକୁ ନାଗରିକ ମଞ୍ଚ ପକ୍ଷରୁ ଆହ୍ବାନ ଦିଆଯାଇଛି । ଦୋଷୀମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ଦାବିରେ ଖଇରା ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆହୁରି ଆନ୍ଦୋଳନ ତୀବ୍ର ହେଵା ନେଇ ଚେତାବନୀ ଦିଆଯାଇଛି ।

ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ଦୁଇ ମାସ ପୂରିବାକୁ ବସିଥିଲେ ମଧ୍ୟ ତାକୁ ନ୍ୟାୟ ମିଳିନାହିଁ । ଏହାର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଥିବା ନାଗକରିକ ମଞ୍ଚ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ତଦନ୍ତ ପ୍ରକ୍ରିୟା ନ ଆଗେଇବା ଓ ଦୋଷୀ ଚିହ୍ନଟ ନ ହେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ନାଗକରିକ ମଞ୍ଚ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିିଭି ଭାରତ

ABOUT THE AUTHOR

...view details