ଓଡିଶା

odisha

ବାଲେଶ୍ୱରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ, କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

VK Pandian visit Balasore:ବାଲେଶ୍ୱରରେ ନୂଆ-ଓ କାର୍ଯ୍ୟକ୍ରମ । ୮୪ ଜଣ ଦିବ୍ୟାଙ୍ଗମାନଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ପ୍ରଦାନ କରିଲେ ପାଣ୍ଡିଆନ । ଅଧିକ ପଢନ୍ତ

By ETV Bharat Odisha Team

Published : Jan 7, 2024, 8:37 AM IST

Published : Jan 7, 2024, 8:37 AM IST

ବାଲେଶ୍ୱରେ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ , କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର
ବାଲେଶ୍ୱରେ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ , କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ବାଲେଶ୍ୱରେ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ , କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ବାଲେଶ୍ୱର:5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଶନିବାର ବାଲେଶ୍ଵର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମେ ସେ ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ ଓହ୍ଲାଇ ମିଶନ ପଡ଼ିଆରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁଠାରେ ଆଗାମୀ ନିର୍ବାଚନରେ କେମିତି ରଣକୌଶଳ ପ୍ରୟୋଗ କରାଯିବ ଏବଂ ବହୁ ମାତ୍ରାରେ କେମିତି ସମସ୍ତ ପ୍ରତିନିଧି ବିଜୟ ହାସଲ କରିବେ ସେନେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିବା ବେଳେ ଦଳର ସ୍ଥିତି କିଭଳି ରହିଛି ତାହାର ସମୀକ୍ଷା କରିଥିଲେ । ଏହାସହ ନୂଆ-ଓ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ।

ଏହି ଅବସରରେ ଶନିବାରଠାରୁ ଦ୍ଵିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ କେମିତି ଅଧିକରୁ ଅଧିକ ଲୋକମାନେ ସାମିଲ ହୋଇପାରିବେ ସେନେଇ ଆହ୍ୱାନ ଦେଇଥିଲେ । ବାଲେଶ୍ଵରର ବିକାଶ ପାଇଁ ପୂର୍ବଥର ଗସ୍ତ ବେଳେ ଘୋଷଣା କରାଯାଇଥିବା 1038 କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଯେଉଁଥିରେ ମଠ ମନ୍ଦିର ସହ କମ୍ୟୁନିଟି ହଲ ମଧ୍ୟ ରହିଛି । ବାଲେଶ୍ଵରର ବିକାଶ ଦିଗରେ ଯେଉଁ ଆର୍ଥିକ ଅନୁଦାନ ଦିଆଯାଇଥିଲା ସେ ସବୁର କାର୍ଯ୍ୟ ଆରମ୍ଭ ହୋଇସାରିଛି ।

ଏହାପରେ ପାଣ୍ଡିଆନ ପୋଲିସ ଲାଇନ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ଜିଲ୍ଲାର 136 କଲେଜର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରଥମେ 84 ଜଣ ଦିବ୍ୟାଙ୍ଗମାନଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ ପାଣ୍ଡିଆନ । ଏଥିସହ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ । ଛାତ୍ର ଜୀବନରେ ପାଠପଢ଼ା ଯେତିକି ଗୁରୁତ୍ୱପୂର୍ଣ୍ଣ ନିଜ ଭିତରେ ଥିବା ପ୍ରତିଭା ବିକାଶ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ 5T ଅଧ୍ୟକ୍ଷ । କଲେଜର ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ଏମିତି କାର୍ଯ୍ୟକ୍ରମ ସରକାରୀ ସ୍ତରରେ ଆୟୋଜିତ ହେଉଛି ବୋଲି ସେ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ଅଧିକ ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଇବି: ପାଣ୍ଡିଆନ

ନୂଆ-ଓ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ସେହିପରି ଜିଲ୍ଲାର କଲେଜଗୁଡିକ ଫାଇଭ-ଟି ମାଧ୍ୟମରେ ରୂପାନ୍ତର ହେବାର ରହିଛି । ଯେଉଁଥିରେ ଛାତ୍ରଛାତ୍ରୀ ପାଠପଢ଼ାରେ ନିମଗ୍ନ ହୋଇପାରିବେ ବୋଲି କହିଛନ୍ତି ପାଣ୍ଡିଆନ । ଏହାପରେ 5T ଅଧ୍ୟକ୍ଷ ନୀଳଗିରି, ବାହାନଗା ଏବଂ ଶେଷରେ ସୋରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରସାଶନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଲୋକକଳା ବଞ୍ଚାଇ ରଖିବାକୁ ପ୍ରୟାସ, 'କଳାକାରଙ୍କୁ ଖୁବଶୀଘ୍ର ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ'


ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details