ବାଲେଶ୍ବର: ଆଜି(ବୁଧବାର) ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଶ୍ବହିନ୍ଦୁ ପରିଷଦ ବାଲେଶ୍ଵର ଶାଖା ପକ୍ଷରୁ ଫକୀର ମୋହନ ଗୋଲେଇରେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇଛି ।
ରାମ ମନ୍ଦିର ଭୂମିପୂଜା: ବାଲେଶ୍ବରରେ 508 ଦୀପଦାନ - ରାମ ମନ୍ଦିର ଭୂମିପୂଜା
ଆଜି(ବୁଧବାର) ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଶ୍ବହିନ୍ଦୁ ପରିଷଦ ବାଲେଶ୍ଵର ଶାଖା ପକ୍ଷରୁ ଫକୀର ମୋହନ ଗୋଲେଇରେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇଛି ।
ବାଲେଶ୍ବରରେ 508 ଦୀପଦାନ
ପରିଷଦର କର୍ମକର୍ତ୍ତାମାନେ ଏକଜୁଟ ହୋଇ ଘଣ୍ଟ, ହୁଳହୁଳି ଓ ଶଙ୍ଖ ନାଦରେ ପ୍ରଭୁ ଶ୍ରୀ ରାମଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ । ପରିଷଦ ପକ୍ଷରୁ 508 ଦୀପ ଜଳାଇ ପ୍ରଭୁ ଶ୍ରୀରାମଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଦୀର୍ଘ 5ଶହ ବର୍ଷ ପରେ ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ ହେବାକୁ ନେଇ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ସମସ୍ତେ ବେଶ ଉତ୍କଣ୍ଠାର ସହ ସାମିଲ ହୋଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ