ଓଡିଶା

odisha

ETV Bharat / state

ବାଲେଶ୍ବରରୁ 5 ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ - balesore police raid in kadarayan

ବାଲେଶ୍ବର ଜିଲ୍ଲା ସିଂଲା ଥାନା କାଦରାୟାଁ ଅଞ୍ଚଳରେ  ବୁଧବାର ପୋଲିସ ଚଢ଼ାଉ କରି 51 ଗ୍ରାମ ବ୍ରାଉନସୁଗାର ସହ ନଗଦ ୨ଲକ୍ଷ ୪୫ ହଜାର ଟଙ୍କା ଜବତ କରିଥିବା ବେଳେ ଜଣେ ବ୍ୟବସାୟୀକୁ ଗିରଫ କରିଛି।

brawnsugar seized
ବ୍ରାଉନସୁଗାର ଜବତ

By

Published : Jan 15, 2020, 8:15 PM IST

ବାଲେଶ୍ବର: ବାଲେଶ୍ବରରେ ଚଢାଉ କରି 51 ଗ୍ରାମ ବ୍ରାଉନସୁଗାର ସହ ଜଣେ ବ୍ୟବସାୟୀକୁ ଗିରଫ କରିଛି ବାଲେଶ୍ବର ପୋଲିସ । ବାଲେଶ୍ବର ଜିଲ୍ଲା ସିଂଲା ଥାନା କାଦରାୟାଁ ଅଞ୍ଚଳରେ ବୁଧବାର ପୋଲିସ ଚଢ଼ାଉ କରି 51 ଗ୍ରାମ ବ୍ରାଉନସୁଗାର ସହ ନଗଦ ୨ଲକ୍ଷ ୪୫ ହଜାର ଟଙ୍କା ଜବତ କରିଥିବା ବେଳେ ଜଣେ ବ୍ୟବସାୟୀକୁ ଗିରଫ କରିଛି।

ବ୍ରାଉନସୁଗାର ଜବତ

ପୋଲିସର ସୂଚନା ଅନୁସାରେ, କାଦରାୟା ଗ୍ରାମର ସେକ ତାହିର ଏକ ବାଇକ ଯୋଗେ ଜଳେଶ୍ବରରୁ ବ୍ରାଉନସୁଗାର ନେଇ କାଦରାୟା ଯାଉଥିଲେ। ସନ୍ଦେହରେ ପୋଲିସ ତାକୁ ଅଟକାଇ ଯାଞ୍ଚ କରିବାରୁ ତାପାଖରୁ ୫୧ଗ୍ରାମ ବ୍ରାଉନସୁଗାର ଓ ନଗଦ ୨ଲକ୍ଷ ୪୫ ହଜାର ଟଙ୍କା ମିଳିଥିଲା। ଯାହାକୁ ପୋଲିସ ଜବତ କରିବା ସହ ସେକ ତାହୀରଙ୍କୁ ମଧ୍ୟ ଗିରଫ କରିଥିଲା।

ଏଥିସହ ତାହୀର ପାଖରୁ ଦୁଇଟି ମୋବାଇଲ ଓ ବାଇକ ଜବତ କରିଛି ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 5ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details