ଓଡିଶା

odisha

ETV Bharat / state

ଗହଣା ଦୋକାନ ଲୁଟି 4 ଗିରଫ - ବାଲେଶ୍ଵର ଜିଲ୍ଲା ସୋର ବଜାରର ଗହଣା ଦୋକାନ ଲୁଟ

4ଦିନ ତଳେ ବାଲେଶ୍ଵର ଜିଲ୍ଲା ସୋର ବଜାରର ଏକ ଗହଣା ଦୋକାନରୁ ଲୁଟ ଅଭିଯୋଗରେ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଗହଣା ଦୋକାନରୁ ଲୁଟିଥିବା 4 ଲୁଟେରା ଗିରଫ

By

Published : Oct 22, 2019, 11:27 PM IST

ବାଲେଶ୍ଵର: ଜିଲ୍ଲା ସୋର ପୋଲିସ 4ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ମୋବାଇଲ, ବନ୍ଧୁକ, ଏଟିଏମ କାର୍ଡ ଜବତ ହୋଇଛି । 4ଦିନ ତଳେ ସୋର ବଜାରର ଏକ ଗହଣା ଦୋକାନରୁ ଲୁଟ ଅଭିଯୋଗର ତଦନ୍ତ କରି ସୋର ପୋଲିସ ଲୁଟେରାଙ୍କୁ ଗିରଫ କରିଛି।

ଗହଣା ଦୋକାନରୁ ଲୁଟିଥିବା 4 ଲୁଟେରା ଗିରଫ


ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, 8ଟି ମୋବାଇଲ, 3ଟି ଏଟିଏମ କାର୍ଡ, 2ଟି ବାଇକ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବାସୁଦେବ ସାମଲ, ମାନସ ମଲ୍ଲିକ, ଆଶିଷ କୁମାର ମଲ୍ଲିକ ଓ ସୁଶାନ୍ତ ଦାସ। ଲୁଟେରା ଗ୍ୟାଙ୍ଗ ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି ସେ ବିଷୟରେ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details