ବାଲେଶ୍ବର: ଜିଲ୍ଲା ଔପଦା ଅଞ୍ଚଳରେ ପଣା ପିଇ 4 ଅସୁସ୍ଥ ହୋଇପଡିଛନ୍ତି । ଏମାନେ ସମସ୍ତେ ଗୋଟିଏ ପରିବାରର । 2ଜଣ ମହିଳାଙ୍କ ସମେତ 2ଜଣ ପୁରୁଷ ଅସୁସ୍ଥ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ପୂର୍ଣ୍ଣ ଚନ୍ଦ୍ର ପଣ୍ଡିତ, ବୀଣା ପଣ୍ଡିତ, ରଞ୍ଜିତ ପଣ୍ଡିତ ଓ ବାସନ୍ତୀ ପଣ୍ଡିତ।
ପଣା ପିଇ ଗୋଟିଏ ପରିବାରର 4 ଅସୁସ୍ଥ - Balasore
ବାଲେଶ୍ବରରେ ପଣା ପିଇ 4 ଜଣ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ସୂଚନା ଅନୁସାରେ, ରବିବାର ଉପରୋକ୍ତ ଅଞ୍ଚଳର ବାଉଁଶବଣିଆ ପଞ୍ଚାୟତ ହାଟସାହି ଗ୍ରାମରେ ବେଲ ପଣା ପିଇ ଗୋଟିଏ ପରିବାରର 4ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଅଧିକ ପରିମାଣର ଝାଡ଼ାବାନ୍ତି ହେବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ