ଓଡିଶା

odisha

ETV Bharat / state

ସେବାଶ୍ରମ ଛାତ୍ରୀ ଅସୁସ୍ଥ ଘଟଣା; ପ୍ରଧାନ ସେବିକା ନିଲମ୍ବିତ - ବାଲେଶ୍ଵର ମେଡିକାଲ

ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ଅଧିନ ନିଧିପଡା ସେବାଶ୍ରମର 37 ପିଲା ଅସୁସ୍ଥ ହେବା ଘଟଣାରେ ଜିଲ୍ଲାପାଳ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ । ସେବାଶ୍ରମର ପ୍ରଧାନସେବିକାଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

By

Published : Sep 11, 2019, 10:50 PM IST

ବାଲେଶ୍ଵର: ଜିଲ୍ଲା ଚାନ୍ଦିପୁର ଥାନା ଅଧିନ ନିଧିପଡା ସେବାଶ୍ରମର 37 ପିଲା ଅସୁସ୍ଥ ହେବା ଘଟଣାରେ ଜିଲ୍ଲାପାଳ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ । ସେବାଶ୍ରମର ପ୍ରଧାନ ସେବିକାଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଥିବା ଜଣାପଡ଼ିଛି । ସେବାଶ୍ରମର 37 ଜଣ ଛାତ୍ରୀ ଏକକାଳୀନ ଭାବେ ଅସୁସ୍ଥ ହେବା ଯୋଗୁଁ ସେମାନଙ୍କୁ ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଅନ୍ତେବାସୀଙ୍କ ଯତ୍ନରେ ଅବହେଳା ଓ ଅସୁସ୍ଥ ଛାତ୍ରୀମାନଙ୍କୁ ବିଳମ୍ବରେ ସ୍ବାସ୍ଥ୍ୟସେବା ଯୋଗାଇବା ଯୋଗୁଁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସେବାଶ୍ରମର ପ୍ରଧାନ ସେବିକା ପ୍ରମିଳା ସିଂଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି ।

ପ୍ରକାଶ ଥାଉକି, ସେବାଶ୍ରମର ଛାତ୍ରୀମାନେ ଗୋଟିଏ ଦିନ ପୂର୍ବରୁ ଅସୁସ୍ଥତା ଅନୁଭବ କରିଥିଲେ ମଧ୍ୟ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇ ନଥିବା ସହ ଦୂଷିତ ପାନୀୟ ଜଳ ଓ ବିଷାକ୍ତ ଖାଦ୍ୟ ଯୋଗୁଁ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ଲୋକମାନେ ଅଭିଯୋଗ କରିଥିଲେ । ଏହାକୁ ନେଇ ଜିଲ୍ଲାପାଳ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details