ଓଡିଶା

odisha

ETV Bharat / state

37 ସେବାଶ୍ରମ ଛାତ୍ରୀ ଅସୁସ୍ଥ, 5 ଗୁରୁତର - ମଧ୍ୟାହ୍ନ ଭୋଜନ

ବାଲେଶ୍ଵର ଜିଲ୍ଲାର ଚାନ୍ଦିପୁର ଥାନା ଅଧିନ ନିଧିପଡ଼ା ସେବାଶ୍ରମରେ 37ଜଣ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ପାନୀୟ ଜଳ କିମ୍ବା ଖାଦ୍ୟରୁ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

By

Published : Sep 10, 2019, 9:03 PM IST

Updated : Sep 10, 2019, 9:41 PM IST

ବାଲେଶ୍ଵର: ଜିଲ୍ଲାର ଚାନ୍ଦିପୁର ଥାନା ଅଧିନ ନିଧିପଡ଼ା ସେବାଶ୍ରମରେ 37ଜଣ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ 5ଜଣ ଗୁରୁତର ଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେବାଶ୍ରମରେ ଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥତା ଅନୁଭବ କରିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ତେବେ ଅବସ୍ଥା ଜଟିଳ ହେବାରୁ ସେମାନଙ୍କୁ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି। ମେଡିକାଲର ଏକ ସ୍ବତନ୍ତ୍ର ଟିମ ଅସୁସ୍ଥ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ଜଣାପଡିଛି ।

ପାନୀୟ ଜଳ କିମ୍ବା ଖାଦ୍ୟରୁ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି । ରେମୁଣା ବିଧାୟକ ମେଡିକାଲରେ ପହଞ୍ଚି ଅସୁସ୍ଥ ମାନଙ୍କ ସ୍ବାସ୍ଥ୍ୟାବସ୍ଥା କଥା ବୁଝିଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 10, 2019, 9:41 PM IST

ABOUT THE AUTHOR

...view details