ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ପୁଣି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି। ବ୍ରାଉନ ସୁଗାର ନେଇ ଖସି ପଳାଉଥିବା ଜଣେ ମହିଳାଙ୍କୁ ଗିରଫ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ।
ସୂଚନା ଅନୁଯାୟୀ, ଜଳେଶ୍ବର ଶାସନବାଡ଼ ଅଞ୍ଚଳର ବ୍ରାଉନ ସୁଗାର ମାଫିଆ ମୁନା ମିରକୁ ଏକମାସ ହେଲା ଟ୍ରାକିଂ କରାଯାଉଥିଲା। ବୁଧବାର ଭୋର ସମୟରେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଜଳେଶ୍ବରରେ ପହଞ୍ଚିଥିଲା। ସେହି ସମୟରେ ଅବକାରୀ ବିଭାଗକୁ ଦେଖି ଜଣେ ମହିଳା ବ୍ୟାଗରେ କିଛି ନେଇ ପଳାଉଥିବା ବେଳେ ବିଭାଗ ହାତରେ ଧରା ପଡିଥିଲା।
ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର ମହିଳାଙ୍କ ପାଖରୁ 310 ଗ୍ରାମର ବ୍ରାଉନ ସୁଗାର ଜବତ ହେବା ସହ ତାଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ। ଗିରଫ ମହିଳା ଜଣଙ୍କ ରମିନା ବେୱା ଓ ମୁନାର ମା ବୋଲି ଜଣାପଡିଛି। ମୁନା ବିଭାଗ ହାତରେ ଧରା ପଡ଼ିନଥିବା ବେଳେ ଆଗାମୀ ଦିନରେ ସେ ଧରା ପଡିବ ବୋଲି ଅବକାରୀ ଅଧିକ୍ଷକ କହିଛନ୍ତି।
ତେବେ ଜଳେଶ୍ବର ଅଞ୍ଚଳ ଧଳା ଜହରର ପେଣ୍ଠସ୍ଥଳ ପାଲଟିଥିବା ବେଳେ ଜିଲ୍ଲା ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଦେଖିବାକୁ ମିଳୁନାହିଁ। ଜବତ 310 ଗ୍ରାମ ବ୍ରାଉନ ସୁଗାରର ଆନୂମାନିକ ମୂଲ୍ୟ 31 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ