ବାଲେଶ୍ଵର: ବାଲେଶ୍ଵର ଶିଳ୍ପାଞ୍ଚଳ ପୋଲିସ ଗାଡି ଲୁଟ ଅଭିଯୋଗରେ 3 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 4ଟି ଗାଡି ଜବତ କରିଛି । ସୂଚନା ଅନୁସାରେ, ଶିଳ୍ପାଞ୍ଚଳ ଥାନା ଗଣେଶ୍ୱରପୁର ଅଞ୍ଚଳର ଦିଲ୍ଲୀପ ସାହୁଙ୍କ ଏକ ପିକଅପ ଭ୍ୟାନ ଗତ 3 ତାରିଖରେ ଚୋରି ହୋଇଥିଲା ।
ଦିଲ୍ଲୀପ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ରେମୁଣା ଅଞ୍ଚଳର ସୁରଜ ଖାନଙ୍କୁ ଗିରଫ କରିଥିଲା । ସୁରଜଙ୍କୁ ପଚରାଉଚୁରା ପରେ ସେ ଲୁଟ ସମ୍ପର୍କରେ ସମସ୍ତ କଥା କହିଥିଲେ ।