ଓଡିଶା

odisha

ETV Bharat / state

କୃଷକ ସଙ୍ଗଠନ ପକ୍ଷରୁ ମିଳିତ ଗଣଧାରଣା - ସରକାରୀ ଉଦାସୀନତା

ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖା ଦେଇପାରେ ମରୁଡି ଆଶଙ୍କା । ସ୍ବାଭାବିକ ଠାରୁ କମ ବର୍ଷା ଯୋଗୁ ଚାଷୀକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଏହାକୁ ନେଇ ସରକାରଙ୍କ ଉଦାସୀନତା ବାରି ହୋଇପଡିଥିବା ବେଳେ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ନିଜ ଦାବି ଉପସ୍ଥାପନା କରିଛନ୍ତି କୃଷକ ସଙ୍ଗଠନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Aug 3, 2019, 2:35 PM IST

ବାଲେଶ୍ବର: ଚଳିତ ବର୍ଷ ରାଜ୍ୟରେ କେତେକ ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଛି । ଫଳରେ ବିଭିନ୍ନ ସ୍ଥାନରେ ଏବେ ମରୁଡିର ଆଶଙ୍କା ସୃଷ୍ଟି ହୋଇଛି । ଚାଷୀଙ୍କ ଏ ସମସ୍ୟା ପ୍ରତି ସରକାରଙ୍କ ଉଦାସୀନତା ବାରି ହୋଇପଡୁଛି । ଏହାର ସମାଧାନ ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୃଷକ, କୃଷି ଶ୍ରମିକ ଓ ଆଦିବାସୀ ସଙ୍ଗଠନ ପକ୍ଷରୁ 5 ଦଫା ଦାବି ନେଇ ଗଣଧାରଣା ଦିଆଯାଇଛି।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଧାନର ସହାୟକ ମୂଲ୍ୟ ବୃଦ୍ଧି, କୃଷକଙ୍କୁ ପେନସନ, ଭୂମିହୀନଙ୍କୁ ଜମି ପଟ୍ଟା, ଜଙ୍ଗଲ ଜମି ପାଇଁ ପଟ୍ଟା, କୃଷିଋଣ ଛାଡ, କୃଷିବୀମା, ସ୍ବାସ୍ଥ୍ୟବୀମା ଆଦି ଦାବି କରାଯାଇଛି। କାଳିଆ ଯୋଜନାରୁ ବର୍ତ୍ତମାନ ପର୍ଯ୍ୟନ୍ତ 50 ପ୍ରତିଶତ କୃଷକ ବଞ୍ଚିତ ହୋଇଥିବା ବେଳେ, ସରକାର ବାଃ ବାଃ ନେଉଛନ୍ତି । ଏହାର ପ୍ରତିବାଦରେ ଆନ୍ଦୋଳନକୁ ତ୍ରୀବ କରାଯିବ ବୋଲି ଜଣାଇ ଦିଆଯାଇଛି। ଏଥି ସହ ଜିଲ୍ଲାରେ ହେବାକୁ ସାମ୍ଭବ୍ୟ ମରୁଡିକୁ ନେଇ ସରକାରୀସ୍ତରରେ ଉଠା ଜଳସେଚନ ପଏଣ୍ଟକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରା ଯାଇଥିବା ବେଳେ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷିମାରଣା ନୀତିକୁ ବିରୋଧ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details